Uncategorized

ପୋଲିସ ହାଜତରେ ୩ କାଶ୍ମୀର ଛାତ୍ର

(ହୁବଳି): ଦେଶଦ୍ରୋହ ମାମଲାରେ ଅଭିଯୁକ୍ତ ୩ ଜଣ କାଶ୍ମୀରି ଛାତ୍ରଙ୍କୁ କର୍ଣ୍ଣାଟକ ହୁବୁଳିର ଏକ ପୋଲିସ ହାଜତକୁ ପଠାଇଛି । ଆସନ୍ତା ୨୮ ତାରିଖ ଯାଏ ସେମାନେ ପୋଲିସ ହାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହୁବଳିର ଏକ ଫାଷ୍ଟକ୍ଲାସ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ଛାତ୍ରମାନେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇ ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି ବେଳେ ଅଭିଯୁକ୍ତ କାଶ୍ମୀରି ଛାତ୍ର ବସିତ୍ ଆସିକ ସୋଫୀ, ତାଲିବ ମାଜିଦ ଏବଂ ଅମୀର ମୋହିନୁଦ୍ଦିନଙ୍କୁ କୋର୍ଟ ପୋଲିସ ହାଜରରେ ରହିବା ପାଇଁ କହିଛନ୍ତି । ତେବେ ଆଗାମୀ ଶୁଣାଣି ପୂର୍ବରୁ ସମସ୍ତ ଅଭିଯୁକ୍ତମାନଙ୍କ ମେଡିକାଲ ସାର୍ଟିଫିକେଟ୍ଗୁଡିକୁ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତାହରେ ଏହି ଛାତ୍ରମାନଙ୍କୁ ବେଲଗାଓଁ ହିଣ୍ଡାଲଗା ଜେଲରୁ ହୁବଳି ସବ୍ ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

Related posts

ସିଣ୍ଡୋଲ ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଶନିବାର ଦେଶରେ ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ, ୬୭୧ ଜଣଙ୍କ ମୃତ୍ୟୁ

mahabharatanews

ଏନପିଆର ବିରୋଧରେ ତାମିଲନାଡୁ ସରକାରର କଡା ଆଭିମୁଖ୍ୟ

mahabharatanews