ଓଡିଶା

ସଜିଦକୁ ଅନୁଦାନ ମଞ୍ଜୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରର ଫକିରାବାଦ ମସଜିଦର ବିକାଶ ନିମନ୍ତେ ଗତ ୫ମାସ ତଳେ ନଜୱାନ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଥିଲ।। ମୁଖ୍ୟମନ୍ତ୍ରୀ ସେହି ଦାବିକୁ ବିଚାର କରି ମସଜିଦର ଉନ୍ନୟନ ନିମନ୍ତେ ଅନୁଦାନ ଘୋଷଣା କରିଥିଲେ । ଆଜି ନଜୱାନ ୟୁନିଅନ ପକ୍ଷରୁ ଯାଜପୁର ଜିଲ୍ଲାର ଭୂଇଁପୁର ଅଂଚଳରେ ବିଜେଡି ସଂଗଠନ ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଦାନ ପ୍ରଦାନ ଓ ସହଯୋଗ ନିମନ୍ତେ ତାଙ୍କୁ ଶୁଭେଛା ଓ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ନଜୱାନ ୟୁନିଅନର ମୀର ମହମ୍ମଦ ଅମୀର ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କୁ କେନ୍ଦ୍ରାପଡାରେ ସଂଖ୍ୟାଲଘୁ ସଂପ୍ରଦାୟର ସଂଗଠନକୁ ମଜଭୁତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳିର ସେକ ଅହେସାନ, ଅବଦୁଲ ମୋତିମ, ଆସାହାବୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ

mahabharatanews

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

mahabharatanews

ବିକାଶ ପଥେ ସ୍ୱାଭିମାନ ଅଂଚଳ

mahabharatanews