ଓଡିଶା

ବହଳଦା ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

(ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶ୍ରୀଶ୍ରୀ ପୁରୁଷୋତ୍ତମ ସତ୍ସଙ୍ଗ କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ବହଳଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରିଣୀ ଡ଼ା. ରୀତା ଟୁଡୁ ଉଦଘାଟନ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ‘ସ୍ୱାଧୀନ’ ଏଥିରେ ସହଯୋଗ କରିଥିଲା । ସ୍ୱେଚ୍ଛାସେବୀ ଓ ସତସଙ୍ଗ କେନ୍ଦ୍ର କର୍ମୀମାନେ ଏହି ଶିବିରର ପରିଚାଳନା କରିଥିଲେ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡ଼ା. ସଞ୍ଜୀବ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡ଼ା. ମୋନାଲିସା ସାହୁ, ଲାବୋରିଟାରୀ ଟେକ୍ନିସିୟାନ ସର୍ବଶ୍ରୀ ଦେବବ୍ରତ ଗିରି ଓ ଉପସ୍ଥିତ ନର୍ସ ଓ ଅନ୍ୟ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ସମୁଦାୟ ୬୧ ୟୁନିଟ ରକ୍ତ ଏହି ଶିବିରରୁ ସଂଗ୍ରହ କରାଯାଇଥିଲା । ରକ୍ତଦାତାଙ୍କ ମଧ୍ୟରେ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ା. ଭଗତ ଟୁଡୁ ଓ ବହଳଦା ବ୍ଲକ ବି.ପି.ଓ ତପନ କୁମାର ମହାନ୍ତ ଆଦି ସାମିଲ ଥିଲେ । ସେମାନେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ ।

Related posts

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ

mahabharatanews

ବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନ

mahabharatanews

Leave a Comment