Uncategorized

ଆତଙ୍କୀ ଫଣ୍ଡିଂ ମାମଲା: ଏନଆଇଏର ଚଢାଉ

ଫୁଲୱାମା: ଜାତୀୟ ଯାଞ୍ଚ ସଂସ୍ଥା (ଏନଆଇଏ) ଆଜି ଫୁଲୱାମ।।ର କରିମାବାଦରେ ଆତଙ୍କୀ ଫଣ୍ଡିଂ କେଶରେ ଚଢାଉ କରିଛି । ଗତକାଲି ବିଶେଷ ସୂତ୍ରରୁ ଖବର ପାଇଁ ଫୁଲୱାମା ପୁଲିସ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ପୁଲିସ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରଣ ସାମଗ୍ରୀ ଜବତ କରିଥିଲା । ସେମାନେ ହେଲେ ଆକ୍ୟୁବ ମକବୁଲ ଲୋନେ ଓ ନସିର ଅହମଦ ହୁରା । ଉଭୟ ଫୁଲୱାମାର ବାସିନ୍ଦା । ସେହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ।।ଇଁ ଉଭୟ ସହଯୋଗ କରୁଥିଲେ । ତଦନ୍ତରୁ ଜଣାପଡିଛି, ଉଭୟ ଫୁଲୱାମାରେ ଏକ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ରର ଅଂଶବିଶେଷ ଥିଲେ । ସେମାନେ ସେହି ଅଞ୍ଚଳରେ ବିଭିନ୍ନ ହିଂସା ଓ ଅଶାନ୍ତି ସୃଷ୍ଟି କରୁଥିଲେ ।

Related posts

ବୁଲେଟ୍ ପ୍ରୁଫ ହେଲମେଟ୍ ତିଆରି କଲେ ଭାରତୀୟ ମେଜର

mahabharatanews

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

mahabharatanews

ଜାଣନ୍ତୁ କାହିଁକି ପାଳିତ ହେଉଛି,କ’ଣ ରହିଛି ମହାତ୍ମ୍ୟ?

mahabharatanews