Uncategorized

ସ୍ତ୍ରୀକୁ ତାର ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ

(ରିପୋଟର୍ସ ଟୁଡେ) ; ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମକୁ ଏକାଠି ରହିବା ପାଇଁ କଥା ଦିଆ ନିଆ ହୋଇଥାନ୍ତି ସ୍ୱାମୀ ଆଉ ସ୍ତ୍ରୀ । କିନ୍ତୁ ସ୍ତ୍ରୀ ନିଜ ପ୍ରେମିକ ପାଇଁ ଆପଣେଇ ପାରିଲାନି ସ୍ୱାମୀକୁ । ବାହାଘରକୁ ମାତ୍ର ୧୭ ଦିନ ପୁରିଛି । ସ୍ତ୍ରୀ କିନ୍ତୁ ନିଜ ପ୍ରେମିକକୁ ଭୁଲିପାରିନଥିଲା । କଥାରେ ଅଛି ପ୍ରେମ ଅନ୍ଧ ଆଉ ଏଇଟା ପ୍ରମାଣ କରିଦେଖେଇଛନ୍ତି ଏହି ଯୁବତୀ ଜଣକ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ରାଞ୍ଚିରେ । ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀକୁ ତାର ପ୍ରେମିକ ହାତଟୁ ଟେକିଦେଇଛି ସ୍ବାମୀ । କେବଳ ସେତିକି ନୁହେଁ ଚୁକ୍ତିପତ୍ର ମଧ୍ୟ ଯୁବତୀଙ୍କ ହାତରେ ଦେଇଛନ୍ତି ସ୍ବାମୀ ।ସୂଚନାଯୋଗ୍ୟ, ରାଞ୍ଚି ସ୍ଥିତ ହରମୁ ରୋଡ ନ୍ୟୁ ଆନନ୍ଦ ନଗରର ଜଣେ ଯୁବତୀଙ୍କ ସହିତ ରାତୁ ଥାନା ଚିପରା ଗାଁର ଜଣେ ଯୁବକଙ୍କ ଜୁଲାଇ ୩ ତାରିଖରେ ବିବାହ ହୋଇଥିଲା । ତେବେ ବିବାହ କରି ଶାଶୁ ଘରକୁ ଯିବା ପରେ ମଧ୍ୟ ଅନେକ ସମୟରେ ଫୋନରେ କଥା ହେଉଥିଲେ ନବ ବଧୂ । ଏଥିରେ ସନ୍ଦେହ ହେବାରୁ ଘରଲୋକେ ତାଙ୍କ ମୋବାଇଲ ଯାଞ୍ଚ କରିଥିଲେ । ଏହାପରେ ଘଟଣା ବାବଦରେ ଖୁଲାସା ହୋଇଥିଲା । ବିବାହର ମାତ୍ର ୧୭ ଦିନ ହୋଇଥିବା ବେଳେ ଏଭଳି ଘଟଣା ଜଣାପଡିବା ପରେ ନବ ବିବାହିତ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।ଏହାପରେ ଉଭୟ ପରିବାର ଘଟଣାର ଆପୋଷ ବୁଝାମଣା କରିଥିଲେ ଏବଂ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କୌଣସି କଥା ନଶୁଣି ତାଙ୍କ ପ୍ରେମିକ ନିକଟକୁ ଫେରାର ହୋଇଯାଇଥିଲା । ପରେ ଜୁଲାଇ ୧୯ ତାରିଖରେ ପତ୍ନୀକୁ ବୁଝାସୁଝା କରି ଘରକୁ ଆଣିଥିଲେ ଯୁବତୀଙ୍କ ସ୍ବାମୀ । କିନ୍ତୁ ଯୁବତୀଜଣକ ସ୍ବାମୀଙ୍କ ସହିତ ରହିବା ପାଇଁ ଆଦୌ ରାଜି ନଥିଲେ । ଏହାପରେ ଯୁବକ ଜଣକ ଏକ ଚୁକ୍ତି କରିଥିଲେ ଏବଂ ଯୁବତୀଙ୍କୁ ତାଙ୍କ ପ୍ରେମିକ ସହିତ ରହିବାକୁ ଛାଡିଦେଇଥିଲେ ।

 

Related posts

ସବୁ ସମସ୍ୟାରୁ ମୁକ୍ତି ଦିଏ ଗଙ୍ଗାଜଳ

mahabharatanews

ୟୁକ୍ରେନ ବିମାନ ଦୁର୍ଘଟଣା ଅନ୍ତର୍ଜାତୀୟ କାର୍ଯ୍ୟ ନୁହେଁ: ମୋରିସନ

mahabharatanews

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

mahabharatanews