ଓଡିଶା

ବଲାଙ୍ଗୀର ପୋଲିସର ମେଗା ରକ୍ତଦାନ ଶିବିର

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଟାଉନ ଥାନା ପରିସରରେ ଶୁକ୍ରବାର ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ‘ମୋ ସରକାର’ରେ ସାମିଲ ହେବା ପରେ ବଲାଙ୍ଗୀର ଥାନାର ଏହା ପ୍ରଥମ ରକ୍ତଦାନ କାର୍ଯ୍ୟକ୍ରମ । ବଲାଙ୍ଗୀର ପୋଲିସ ଦ୍ୱାରା ଆୟୋଜିତ ଏହି ଶିବିରରେ ସ୍କୁଲ, କଲେଜ, ସ୍ୱେଚ୍ଛାସେବୀ ସଂଗଠନ, ମସଜିଦ ସଦସ୍ୟ ଓ ବହୁ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲା ଏସପି ଏମ ସନ୍ଦୀପ ସମ୍ପଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜରେ ରକ୍ତ ଅଭାବରୁ ଯେପରି ମୃତ୍ୟୁ ମୁଖରେ ନପଡନ୍ତୁ ଏହି ଚିନ୍ତାଧାରା ନେଇ ମେଗା ରକ୍ତଦାନ ଶିବିରର ମୂଳ ଲକ୍ଷ୍ୟ ଥିଲା । ଶିବିରରେ ବଲାଙ୍ଗୀର ରେଡକ୍ରସ ବ୍ଲଡ ବ୍ୟାଙ୍କ ସହଯୋଗରେ ମୋଟ ୧୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Related posts

ଆଜିଠାରୁ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ରାଜଭବନକୁ ସାଧାରଣ ପ୍ରବେଶ ମନା

mahabharatanews