ଓଡିଶା

ବଲାଙ୍ଗୀର ପୋଲିସର ମେଗା ରକ୍ତଦାନ ଶିବିର

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଟାଉନ ଥାନା ପରିସରରେ ଶୁକ୍ରବାର ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ‘ମୋ ସରକାର’ରେ ସାମିଲ ହେବା ପରେ ବଲାଙ୍ଗୀର ଥାନାର ଏହା ପ୍ରଥମ ରକ୍ତଦାନ କାର୍ଯ୍ୟକ୍ରମ । ବଲାଙ୍ଗୀର ପୋଲିସ ଦ୍ୱାରା ଆୟୋଜିତ ଏହି ଶିବିରରେ ସ୍କୁଲ, କଲେଜ, ସ୍ୱେଚ୍ଛାସେବୀ ସଂଗଠନ, ମସଜିଦ ସଦସ୍ୟ ଓ ବହୁ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲା ଏସପି ଏମ ସନ୍ଦୀପ ସମ୍ପଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜରେ ରକ୍ତ ଅଭାବରୁ ଯେପରି ମୃତ୍ୟୁ ମୁଖରେ ନପଡନ୍ତୁ ଏହି ଚିନ୍ତାଧାରା ନେଇ ମେଗା ରକ୍ତଦାନ ଶିବିରର ମୂଳ ଲକ୍ଷ୍ୟ ଥିଲା । ଶିବିରରେ ବଲାଙ୍ଗୀର ରେଡକ୍ରସ ବ୍ଲଡ ବ୍ୟାଙ୍କ ସହଯୋଗରେ ମୋଟ ୧୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Related posts

ଆଜିଠୁ ଆରମ୍ଭ ବଜେଟ୍ ଅଧିବେଶନ 

mahabharatanews

ଡେଙ୍ଗୁ ଆତଙ୍କ ; ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୨୦୦୦  ପାର୍ 

mahabharatanews

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews