Uncategorized

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

ଡେରାଡୁନ: ଏକକ ବ୍ୟବହାର ପ୍ଲାଷ୍ଟକ ବ୍ୟବହାର ବନ୍ଦ କରିବା ଓ ଏହାର ରିସାଇକେଲ କରିବାକୁ ଆଜି ଡେରାଡୁନର ବସନ୍ତ ବିହାର ଅଞ୍ଚଳରେ ସ୍ଥିତ ମାଉଣ୍ଟ ଫୋର୍ଟ ଏକାଡେମୀଠାରେ ଆଉ ଏକ ପ୍ଲାଷ୍ଟିକ ବ୍ୟାଙ୍କ ଖୋଲାଯାଇଛି । ଏହି ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ ପରେ ଡେରାଡୁନରେ ପ୍ଲାଷ୍ଟିକ ବ୍ୟାଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ଏହି ବ୍ୟାଙ୍କ ସୋସିଆଲ ଡେଭେଲପମେଣ୍ଟ ଫର କମ୍ୟୁନିଟି ଫାଉଣ୍ଡେସନ ଦ୍ୱାରା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ ସିଏସସିଆର ସହଯୋଗରେ ସ୍ଥାପନ କରାଯାଇଛି ।

ଏହି ଫାଉଷ୍ଣଡସନର ସଦସ୍ୟ ରିଶବ ତ୍ରିବାସ୍ତବ ଏକାଡେମୀର ଛାତ୍ରଛାତ୍ରୀଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ସଂଗ୍ରହ କରରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଏହି ପ୍ଲାଷ୍ଟିକ ମଣିଷ ଓ ପୃଥିବୀ ପାଇଁ ଏକ ବିପଦ ହୋଇ ଉଭା ହୋଇଛି । ତେଣୁ ଧୀରେଧୀରେ ଏକକ ବ୍ୟବହାର ପ୍ଲାଷ୍ଟି ବନ୍ଦ କରିବା ଓ ଏହାର ରିସାଇକେଲିଂକୁ ପ୍ରେତ୍ସାହନ ଦେବାକୁ ସେ ଆହ୍ୱାନ କରିଛନ୍ତି । ଏହା ପୂର୍ବରୁ ସିଏସସିପି-ଆଇଆଇପି ଓ ଏସଡିସି ଫାଉଣ୍ଡେସନ ସହରରେ ଏକ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ କରିଥିଲେ । ଏହି ବ୍ୟାଙ୍କ ମାଧ୍ୟମରେ ସ୍ଥାନୀୟ ଲୋକ ଓ ଘରୁ ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ରିସାଇକେଲିଂ କରାଯାଉଛି । ବୋଲି ସେ କହିଛନ୍ତି ।

Related posts

ୟୁପିରେ ଶୀତ ପ୍ରକୋପ, ୨୦ ଯାଏଁ ସମସ୍ତ ସ୍କୁଲ ବନ୍ଦ

mahabharatanews

ଆସନ୍ତା ୩୧ ପର୍ଯ୍ୟନ୍ତ୍ୟ ଜମ୍ମୁର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ

mahabharatanews

ମୁର୍ଗ ଜାଫରାନୀ

mahabharatanews