Uncategorized

ଗୃହରେ ସୁକତେଲ ତାତି,ପ୍ରଶ୍ନ କରି ଫସିଗଲେ ବିଜେଡି ବଧାୟକ ନିରଞ୍ଜନ ପୂଜାରୀ

ନିଜ ପ୍ରଶ୍ନବାଣରେ ନିଜେ ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ହରଡ଼ଘଣାରେ ପୂର୍ବତନ ବିଜେଡି ସରକାର । ଲୋୟର ସୁକତେଲ୍ ପ୍ରକଳ୍ପକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଗୃହରେ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଘେରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।

ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିଲା। ଡିପିଆର ଅନୁଯାୟୀ, ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବା କଥା ନୁହେଁ। ବର୍ତ୍ତମାନ ବିଧାୟକ ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ଠିକ ନୁହେଁ ବୋଲି ଉଭୟ ମନ୍ତ୍ରୀ କହିଥିଲେ।

ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ । ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ସରକାର ପ୍ରତ୍ୟେକ ବ୍ଲକ୍ରେ ୩୫ ପ୍ରତିଶତ ଜଳସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆମେ ବର୍ତ୍ତମାନ ଜଳସେଚନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Related posts

କରୋନାର ଉତ୍ପତ୍ତିସ୍ଥଳରୁ ନଅଟକାଇବାରୁ ୧୮୪ ଦେଶକୁ ବ୍ୟାପିଲା

mahabharatanews

କ୍ୟାପିଟାଲରେ ଗଡିଲା ଇ-ବସ

mahabharatanews

ଉଦ୍ଧାର ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

mahabharatanews