ଓଡିଶା

ଡମ୍ପର ଧକ୍କାରେ ଶ୍ରମିକ ମୃତ

(ମହାଭାରତ, ରାଉରକେଲା): ରାଉରକେଲାସ୍ଥିତ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଲଣ୍ଡାରେ ଏକ ଅଘଟଣ ଘଟିଛି । ଏଠାରେ ଏକ ଡମ୍ପର ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ଏଯାଏ ଜଣାପଡି ନାହିଁ । ସେ ବଲଣ୍ଡାରେ ଥିବା ଏକ ଜୟ ସ୍ପଞ୍ଜ କାରଖାନାରେ କାମ କରୁଥିଲେ । ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ସାଢେ ୮ଟାରେ ଶ୍ରମିକ ଜଣକ ଏକ ସାଇକେଲରେ କାରଖାନାକୁ ଡ୍ୟୁଟି କରିବାକୁ ଯାଉଥିଲେ । ଏହି ସମୟରେ ଏକ ଡମ୍ପର ପଛ ପଟୁ ଆସି ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏଥିସହ ଦୁର୍ଘଟଣା ଘଟାଇଥିବା ଡମ୍ପରଟିକୁ ମଧ୍ୟ ଜବତ କରିଛି । ତେବେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଦୂର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ରାସ୍ତା ଦେଇ ଦ୍ରୁତଗତିରେ ଯାନବାହନ ଚଳାଚଳ କରୁଥିବାରୁ ଏହାର ପ୍ରତିକାର କରିବାକୁ ଲୋକେ ଦାବି କରିଥିଲେ ।

Related posts

ଏକ ତରଫା ପ୍ରେମର ପରିଣତି, ଯୁବକଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ଯୁବତୀ

mahabharatanews

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

mahabharatanews