ଓଡିଶା

ପାଟଣା ପ୍ରକଳ୍ପ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ

(ମହାଭାରତ, ପାଟଣା): ପାଟଣ ବ୍ଲକ ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ହାତରେ ନିରାପତ୍ତା ସଚେତନତା ପାଇଁ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗାଁ ପରିକ୍ରମା କରଥିଲେ । ପରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ମହାନ୍ତି ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷକସଂଘ କମଳାକାନ୍ତ ପତି ଯୋଗ ଦେଇ ଛାତ୍ରଛାତ୍ରୀମାନେ କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷା କିପରି ପାଇବେ ସେନେଇ ବାର୍ତା ଦେଇଥିଲେ । ଏହାସହ ମୁକ୍ତ ଅମ୍ଳଜାନ ପାଇଁ ଗଛ ଲଗାଇ ସୁସ୍ଥ ରହିବାକୁ ଉପଦେଶ ଦେଇଥିଲେ ।

Related posts

ସୁନ୍ଦରଗଡ ମ୍ୟୁନିସପାଲ୍ଟି ସହିତ ୪ଟି ବ୍ଲକ୍ ର ୪୭ ହଜାର ଲୋକ ହେବେ ଉପକୃତ

mahabharatanews

୨୪ରୁ ପୁଣି ମେଘୁଆ ପାଗ 

mahabharatanews

ଜମି କେଳେଙ୍ଗାରୀ: କାହାର ସ୍ୱାର୍ଥରେ ଚାଲିଛି ଜମିବିକ୍ରି

mahabharatanews