ଓଡିଶା

ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ରାଜ୍ୟ ସରକାର ଖୁବଶୀଘ୍ର ଖୋଲିବେ ହିଟୱେଭ୍ ସେଣ୍ଟର

ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ରାଜ୍ୟ ସରକାର ଖୁବଶୀଘ୍ର ଖୋଲିବେ ହିଟୱେଭ୍ ସେଣ୍ଟର । ଅନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡିଶାରେ ଯେଉଁଠି ଅଧିକ ହିଟୱେଭ୍ ହେଉଛି ସେଠାରେ ପ୍ରଥମ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Heatwave in April-May, temperatures to be above normal: IMD

ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ଥର ଆଲୋଚନା ହୋଇଛି । ​ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନେ ମଧ୍ୟ ଏହି ସମୟରେ କାର୍ଯ୍ୟରୁ ମୁକ୍ତ ରହିବେ ।  ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ଜଳଛତ୍ର କରିବା ପାଇଁ କୁହାଯାଇଛି। ​PHC ଏବଂ CHCରେ ଅଂଶୁଘାତ ଜନିତ ସ୍ପେଶାଲ ଟ୍ରିଟମେଣ୍ଟ ଦିଆଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Heat wave alert for Odisha; Mercury likely to exceed 40 degrees C between  March 29 and 31

Related posts

ମୋହନ ଭାଗବତଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ

mahabharatanews

ପାରଳାଖେମୁଣ୍ଡିରେ ବୁଲିଲା ସ୍ୱଦେଶୀ ସଂକଳ୍ପ ସଚେତନତା ରଥ

mahabharatanews

କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି

mahabharatanews