ଓଡିଶା

ମୁକୁଳା ପଡିଛି ରେଳ ଫାଟକ, ଯାତ୍ରୀ ଅସୁରକ୍ଷିତ

(ମହାଭାରତ, ଅନୁଗୁଳ): ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଟାଉନ ଥାନା ଅଧିନ ଆମ୍ବପାଳ ରେଲୱେ କ୍ରସିଙ୍ଗ ଠାରେ ପ୍ରାୟ ପ୍ରତିଦିନ ବିଳମ୍ବିତ ରାତ୍ରିରେ ଫାଟକ ମୁକୁଳା ଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ରାତି ସାରା କୋଇଲା ବୋଝେଇ ଟ୍ରେନ ଯାତାୟତ କରିଥାଏ । ଗତ ମଙ୍ଗଳବାର ତାଳଚେର ଲିଂଗରାଜ କୋଇଲା ଖଣିରୁ ଏକ ଟ୍ରେନ ଯୋଗେ କୋଇଲା ପରିବହନ କରି ଗତକାଲି ରାତିରେ ଏନଟିପିସି, କଣିହାିଁ ପ୍ରକଳ୍ପ ଅଭିମୁଖେ ଆସୁଥିବା ବେଳେ ରେଲୱେ ଫାଟକ ଖୋଲା ମେଲା ଥିଲା । ତେବେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ପଥଚାରୀ, ଆରୋହୀ ମାନଙ୍କ ସୂରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଏନଟିପିସି ଅଧିକାରୀଙ୍କ ମତାମତ ନେବାରୁ କୈାଣସି ଯାନ୍ତ୍ରିକ ତୃଟି ଥାଇପାରେ କିମ୍ବା ଯଦି ଏହି କାର୍ଯ୍ୟରେ ନିୟୋଜିତ ଠିକା ଶ୍ରମିକ ଡ୍ୟୁଟିରେ ଅବହେଳା କରିଥାଏ ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଫାଟକ ଅତିକ୍ରମକରି ଯାତାୟତ କରୁଥିବା ପଥଚାରୀ ଓ ଆରୋହୀଙ୍କ ସୂରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ବେହେରା କୁହନ୍ତି । ପ୍ରକାଶ ଥାଉକି, ବିଭିନ୍ନ ସମୟରେ ଫାଟକରେ ନିୟୋଜିତ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଫାଟକ ମୁକୁଳା ଥିବା ବେଳେ ମାଲବାହୀ ଟ୍ରେନଗୁଡିକ ଯାତାୟତ କରିଥାଏ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି ।

Related posts

ଦଶହରାରେ ଲଘୁଚାପ ସମ୍ଭାବନା 

mahabharatanews

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews

ନାଲମ ନୃସିଂହନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆରୋଗ୍ୟ କାମନା

mahabharatanews