ଦେଶ ବିଦେଶ

ମଦ୍ୟପ ସ୍ୱାମୀଙ୍କୁ କରେଣ୍ଟ ଦେଇ ମାରିଲା ସ୍ତ୍ରୀ

ମଦ୍ୟପ ସ୍ୱାମୀଙ୍କୁ ଉଚିତ ଜବାବ ଦେଲା ସ୍ତ୍ରୀ ।  ନିର୍ୟାତନାରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ବିଦ୍ୟୁତ୍ ଆଘାତ ଦେଇ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ପୋଲିସ ଅଭିଯୁକ୍ତ ଗୁଞ୍ଜନ କୁମାରୀଙ୍କୁ ଗିରଫ କରିଛି । ପୂରା ଘଟଣା ଟି ହେଲା , ଏହି ଘଟଣା ବିହାରର ବିହାରୀଗଞ୍ଜ ଥାନା ଅନ୍ତର୍ଗତ ସରୌନୀ କଳା ପଞ୍ଚାୟତର ୯ ନମ୍ବର ୱାର୍ଡରେ ଘଟିଛି। ମୃତକ ହେଉଛନ୍ତି ୨୬ ବର୍ଷୀୟ ନନ୍ଦକିଶୋର ମୁଖିଆ। ଅଭିଯୁକ୍ତ ସ୍ତ୍ରୀ ଗୁଞ୍ଜନଙ୍କ କହିବା ଅନୁଯାୟୀ, ନନ୍ଦକିଶୋର ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିଲେ। ବିବାହ ପରଠାରୁ ସ୍ୱାମୀଙ୍କ ନିର୍ୟାତନା ସହି ଆସୁଥିବା ଗୁଞ୍ଜନ ପୋଲିସ ପଚରାଉଚରା ବେଳେ କହିଥିବା ଜଣାପଡ଼ିଛି।

ମଙ୍ଗଳବାର ରାତିରେ ନନ୍ଦକିଶୋର ମଦ ପିଇ ମେଳା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧ଟାରେ ଘରକୁ ଫେରି ବାରଣ୍ଡାରେ ବାପାଙ୍କ ପାଖରେ ଶୋଇଥିଲେ। ଭୋର ପ୍ରାୟ ୩ଟାରେ ଗୁଞ୍ଜନ ତାଙ୍କୁ ଉଠାଇ ଘର ଭିତରକୁ ନେଇଥିଲେ। ପୋଲିସର କହିବା ଅନୁଯାୟୀ, ସେଠାରେ ନିଶାସକ୍ତ ଅବସ୍ଥାରେ ନନ୍ଦକିଶୋର ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ପରେ ସେ ଅଚେତ ହୋଇପଡ଼ିବାରୁ ଗୁଞ୍ଜନ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲେ। ଏଥିରେ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।

Related posts

ବିଜେପିରେ ଯୋଗଦେଲେ ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ; ପଶ୍ଚିମବଙ୍ଗ ନିର୍ବାଚନରେ କରିବେ ପ୍ରଚାର

mahabharatanews

ଶୁଭେନ୍ଦୁ ଶପଥ ନେଉ ନେଉ ମମତା ନାଁ ଆଗରୁ ହଟାଇଲେ ମୁଖ୍ୟମନ୍ତ୍ରୀ ଶବ୍ଦ..

mahabharatanews

ଗରମର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି

mahabharatanews