ଓଡିଶା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କୁନି ବୈଜ୍ଞାନିକ ଙ୍କ ୫ମ ବିଜ୍ଞାନ ମେଳା

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ  ଗ୍ରାମ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କୁନି ବୈଜ୍ଞାନିକ ଙ୍କ ୫ମ ବିଜ୍ଞାନ ମେଳା ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ସାମାଜିକ କର୍ମୀ ଦୀପକ କୁମାର ଜେନା ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟିତ କରିଥିଲେ। ଦେଶ ଦୂଷିତ ହେବାକୁ ବସିଥିବା ବେଳେ ତାହାର ସମାଧାନ ପାଇଁ ପରିବେଶ ଭିତିକ ବହୁ ପ୍ରକଳ୍ପ ଦେଖିବାକୁ ମିଳିଛି। କୁନି ପିଲା ମାନଙ୍କ ମଧ୍ୟରେ ପରିବେଶ ଚିନ୍ତା କୁ ଅତିଥିମାନେ ଖୁବ ପ୍ରଶଂସା କରିଥିଲେ। ପିଲା ମାନଙ୍କ ମଧ୍ୟରେ କିଭଳି ଭାବେ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବ ତାକୁ ନେଇ ପୃଥିବୀ ର ବିଶିଷ୍ଠ ବିଶିଷ୍ଟ ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇଥିଲେ।

ଏହି ମେଳରେ ୨୧୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅତିଥି ପରିଚୟ ଏବଂ ସଭା ପରିଚାଳନା ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ତଥା ଫାଉଣ୍ଡର ଉଲ୍ଲାସ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ ସଦାନନ୍ଦ ଗୌଡ଼, ଆତ୍ମକମିଟି ସଭାପତି ରାମଚନ୍ଦ୍ର ସେଠୀ,ଅଖିଳ କୁମାର ନାୟକ, ଶିକ୍ଷାବିତ ବ୍ରଜ କିଶୋର ଗୌଡ଼, ସନ୍ତୋଷ ପଲେଇ, ପ୍ରକାଶ ଚନ୍ଦ୍ର ବେହେରା, ସ୍ଵାଗତିକା ପାଢ଼ୀ, ମେନକା ଦେବି ରାଉତ ପ୍ରମୁଖ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କ ଖୁବ ପ୍ରଶଂସା କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପୁର୍ଣ ସହଯୋଗ କରିଥିଲେ।

Related posts

ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା

mahabharatanews

ଚାଲାଣ ବେଳେ ୮ କିଲୋର ବଜ୍ରକାପ୍ତା

mahabharatanews

ଜଷ୍ଟିସ ମହମ୍ବଦ ରଫିକ ହେବେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି

mahabharatanews