Uncategorized

କୋରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

(ମହାଭାରତ): କୋରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି । ଏହାକୁ ଆର୍କିଟେକଚର ଡାୟୋଙ୍ଗ ସନ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ୟୁଭି ଲାଇଟ ରହିଛି । ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିବ । ବାଦୁଡି ଡେଣା ଆକାରର ଏହି ସୁରକ୍ଷା କବଚ ବ୍ୟବହାରକାରୀଙ୍କ ଅଧାରୁ ଅଧିକ ଶରୀର ଆବୃତ୍ତ କରିପାରିବ । ଏଥିରେ ଥର୍ମୋପ୍ଲାଷ୍ଟିକ ଷ୍ଟ୍ରେଚେବୁଲ ମ୍ୟାଟେରିଆଲର ଉପଯୋଗ କରାଯାଇଛି । କୋରୋନା ଭୂତାଣୁ ୨୭ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଇଯାଇଥାଏ । ତେଣୁ ସୁରକ୍ଷା କବଚ ଭିତରର ତାପମାତ୍ରା ଦ୍ୱାରା ବ୍ୟବହାରକାରୀ ସଂକ୍ରମଣରୁ ଦୂରେଇ ରହିପାରିବେ ବୋଲି ଡାୟୋଙ୍ଗ ସନ୍ କହିଛନ୍ତି ।

Related posts

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

mahabharatanews

ଟୀକା ନେବା ପରେ ୪୬ ବର୍ଷୀୟ  ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଅଭିଯୋଗ

mahabharatanews

କ୍ଷିଣ ଆଫ୍ରିକା: ମାଟି ତଳୁ ମିଳିଲା ୬ ହଜାରରୁ ଊଦ୍ଧ୍ୱର୍ ନରକଙ୍କାଳ

mahabharatanews