Uncategorized

ଚୀନରୁ ଝାଡଖଣ୍ଡ ଫେରିଥିବା ୪ ଜଣଙ୍କ ରକ୍ତ ନମୂନା ନେଗେଟିଭ

(ରାଞ୍ଚି): ଚୀନ ସହ ବିଶ୍ୱର ଅନ୍ୟ ଦେଶଗୁଡିକୁ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି । ଚୀନରେ ମୃତ୍ୟୁସଂଖ୍ୟା ଏକ ହଜାର ଟପିଥିବା ବେଳେ ପ୍ରାୟ ୪୨ ହଜାରରୁ ଉଦ୍ଧ୍ୱର୍ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ସ୍ଥିତିରେ ଚୀନରୁ ୪ ଜଣ ବ୍ୟକ୍ତି ଝାଡଖଣ୍ଡର ରାଞ୍ଚି ଓ ଜାମସେଦପୁରକୁ ଫେରିଛନ୍ତି । ସେମାନଙ୍କ ରକ୍ତ ନମୁନା ନେଗେଟିଭ ଆସିଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି । ଝାଡଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ବୟାନ ଅନୁଯାୟୀ, ଚୀନରୁ ଫେରିଥିବା ଉକ୍ତ ୪ ଜଣ ବ୍ୟକ୍ତିଙ୍କ ନମୁନା ରାଞ୍ଚିର ରିମ୍ସ, ଜାମସେଦପୁରର ଏଜିଏମ ଓ ପୁଣେର ଏନ୍ଆଇଭିକୁ ପଠାଯାଇଥିଲା । ଯାଞ୍ଚ ସମୟରେ ସମସ୍ତଙ୍କ ନମୂନା ନେଗେଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏପର୍ଯ୍ୟନ୍ତ ଚୀନରୁ ଝାଡଖଣ୍ଡକୁ ପ୍ରାୟ ୧୯ ଜଣ ବ୍ୟକ୍ତି ଫେରିଛନ୍ତି । ଯାଞ୍ଚ ପରେ ସମସ୍ତଙ୍କୁ ୨୮ ଦିନ ପର୍ଯ୍ୟନ୍ତ ନିଜ ଘରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି ।

Related posts

ଭାଲେଣ୍ଟାଇନ ଡେ’କୁ ବିରୋଧ କରିବନି ବଜରଙ୍ଗି ଦଳ

mahabharatanews

ଦେଶରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହାରଇଛନ୍ତି

mahabharatanews

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

mahabharatanews