ଓଡିଶା

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

(ଉଦଳା / ଦୀପକ ମିଶ୍ର ): ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଆଜି ଥିବା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ୭୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ପରେ ୬୯ ଜଣ ଛାତ୍ରଙ୍କର ପରୀକ୍ଷା ଉତର ଖାତା ସିଲ ହୋଇ ନୋଡ଼ାଲ ସେଂଟରକୁ ପଠାଯାଇଥିଲା । ନୋଡ଼ାଲ ସେଂଟରରୁ ଖାତା ଗୁଡ଼ିକ ପୋଷ୍ଟାଲ ଜରିଆରେ ବୋର୍ଡ଼ ଅଫିସକୁ ଯାଇଥିଲା । ହେଲେ ଦୁଇ ଜଣ ପରୀକ୍ଷାର୍ଥୀଙ୍କ ଖାତା କଲେଜରେ ରହିଯାଇଥିଲା । ଯାହାକି ପରୀକ୍ଷା ସରିବା ପରେ ସନ୍ଧ୍ୟା ସମୟରେ ଦୁଇ ଗୋଟି ଖାତା ବୋର୍ଡ଼ ଅଫିସକୁ ନ ଯାଇ କଲେଜରେ ରହିଥିବା ଜାଣିବାକୁ ପାଇଥଲେ । ପରେ ଏ ନେଇ ଉଦଳା କଲେଜ ତଥା ନୋଡ଼ାଲ ସେଂଟର ଅଧିକାରୀ କଂଟ୍ରେୀଲରଙ୍କ ସହିତ ଆଲୋଚନା କରିବା ପରେ ତୁରନ୍ତ ଖାତା ଦୁଇଟି ପଠାଇବାକୁ କଂଟ୍ରେଲର ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ରାତିରେ ଆସି ଇନ୍ଦିରାଗାନ୍ଧୀ କଲେଜରେ ପହଂଚି ଚିନ୍ତାରେ ପଡ଼ିଥିଲେ କଲେଜ ପ୍ରିନ୍ସିପାଲ ଏବଂ କର୍ତ୍ତୁପକ୍ଷ । ଏହା ପରେ ଉଦଳା ପୋଲିସକୁ ଖବର ଦେବା ପରେ ପୋଲିସ କଲେଜ ପରିସରରେ ପହଂଚିବା ସହିତ ଦୁଇ ଗୋଟି ପରୀକ୍ଷା ଖାତାକୁ ଏକ ପରିବା ବ୍ୟାଗରେ ଉର୍ତ୍ତି କରି ଇନ୍ଦିରାଗାନ୍ଧୀ କଲେଜର ପ୍ରିନ୍ସିପାଲ ଙ୍କ ସହିତ ଜଣେ କର୍ମଚାରୀ ଖାତାକୁ ନେଇ ନୋଡ଼ାଳ ସେଂଟରେ ପହଂଚିଥିଲେ । ତେବେ ଖାତା ନୋଡ଼ାଲ ସେଂଟରେ ପହଂଚିବା ପରେ ପୁଣି କଂଟ୍ରୋଲରଙ୍କ ସହିତ ଆଲୋଚନା କରାଯାଇ କିଭଳି ଏହି ଦୁଇ ଗୋଟି ଖାତାକୁ ବୋର୍ଡ଼ ଅଫିସକୁ ପଠାଯିବ ତାହାର ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି । ତେବେ ଛାତ୍ରୀଙ୍କ ଭବିଷ୍ୟତ ସହିତ ଏଭଳି ସଂଘାତିକ ଖେଳ ବାବଦରେ ଇନ୍ଦିରାଗାନ୍ଧୀ ମହିଳା କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ପ୍ରଥମେ ନିଜର ଭୁଲକୁ ସ୍ୱୀକାର କରି ନଥିଲେ ଏବଂ ପରେ କେବେଳ ଖାତା ପଠାଯିବା କଥା କହି ଚୁପ ହୋଇଯାଇଥିଲେ । ଯାହା ପ୍ରିନ୍ସିପାଲଙ୍କ ଅବହେଳାକୁ ସାମ୍ନାରେ ପକାଇଛି ।

Related posts

ସାପ କାମୁଡାରେ ବାପା ମୃତ, ପୁ୍ଅ ଗୁରୁତର

mahabharatanews

OAS ସ୍ତରରେ ବଡ଼ଧରଣର ଅଦଳବଦଳ : ୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାର

mahabharatanews

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews