ଓଡିଶା

ପୋଲିସ ନିକଟରେ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

(ମହାଭାରତ, ରାଉରକେଲା): ନକ୍ସଲ କାର୍ୟ୍ୟକଳାପରେ ଦୀର୍ଘ ବର୍ଷ ଧରି ଲିପ୍ତ ରହିବା ପରେ ଏକ ମାଓ ଦମ୍ପତ୍ତି ରାଉରକେଲା ଏସପି ଓ ସିଆରପିଏଫ ଯବାନଙ୍କ ଠାରେ ଆତ୍ମସମର୍ପଣ କରିଛନ୍ତି । ମାଓ ଦମ୍ପତ୍ତି ରାଜୁ କାୟାମ ଓ ଅନୀତା ମାରିଆ ଓରଫ କଳ୍ପନା ଶରଣ୍ଡା ଓ ଓଡ଼ିଶା-ଝାରଖଣ୍ଡ ସୀମାରେ ମାଓବାଦୀଙ୍କ ବିଭିନ୍ନ କାଣ୍ଡରେ ଦୀର୍ଘ ଦିନ ଧରି ସାମିଲ ରହିଥିଲେ । ବହୁ ନୀରିହ ଲୋକଙ୍କ ଜୀବନ ନେବା ସହ ଅନ୍ୟାନ୍ୟ କାର୍ୟ୍ୟକଳାପରେ ସକ୍ରିୟ ଭୂମିକା ନିଭାଉଥିଲେ । କିନ୍ତୁ ଏଭଳି କାର୍ୟ୍ୟ କରିବାକୁ ମନ ଭାଙ୍ଗିଯିବାରୁ ସେମାନେ ସମାଜର ମୁଖସ୍ରୋତକୁ ଫେରିବାକୁ ଇଚ୍ଛା ପ୍ରକାଶ କରିିଥିଲେ । ଏଣୁ ଉଭୟେ ଗତ ଶନିବାର ରାଉରକେଲା ପୋଲିସ ଓ ୧୯ ବାଟାଲିୟମ ସିଆରପିଏଫଙ୍କ ଠାରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ରାଜୁ ଝାରଖଣ୍ଡର କାଦମଡିହି ଗାଁର ବାସିନ୍ଦା ହୋଇଥିବା ବେଳେ ଅନୀତାଙ୍କ ଘର ଗୋଇକେରା ବୋଲି ଜଣାପଡିଛି । ନକ୍ସଲ କାର୍ୟ୍ୟକଳାପରେ ଆଉ ନିଜକୁ ସାମିଲ ନ କରି ବାକି ଜୀବନ ଶାନ୍ତିରେ କାଟିବା ପାଇଁ ମାଓ ଦମ୍ପତ୍ତି ନିଷ୍ପତ୍ତି ନେବା ପରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।

Related posts

 ବାଦାମବାଡ଼ିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର

mahabharatanews

୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

mahabharatanews

୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ

mahabharatanews