ଓଡିଶା

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

(ମହାଭାରତ, ଟାଙ୍ଗୀ): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ରେଳ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ମାହାଙ୍ଗା ଥାନା ଅନ୍ତର୍ଗତ ଛତିଆ ଗାଁର ବାସିନ୍ଦା ବୋଲି ଶୁଣିବାକୁ ମିଳୁଛି । ସେ ଚୌଦ୍ୱାର ମୁଣ୍ଡମାଳ ସାହିରେ ରହୁଥିବା ଜଣାପଡିଛି । କିନ୍ତୁ ଯୁବକଙ୍କ ସଠିକ୍ ପରିଚୟ ଏଯାଏ ମିଳିପାରି ନାହିଁ । ତାଙ୍କ ମୃତ୍ୟୁର କାରଣ ମଧ୍ୟ ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଯୁବକଙ୍କ ମୃତଦେହ ଗୋଟିଏ ଭାଗ ରେଳ ଲାଇନ କଡରେ ପଡିଥିବା ଅନ୍ୟଟି ୧୦୦ ମିଟର ଦୂର ଏକ ଗ୍ୟରେଜ ପାଖରେ ପଡିଥିବା ଦେଖାଯାଇଛି । ତେବେ ଘଟଣାଟି ଘଟିବାର ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚି ପାରିନାହିଁ । ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ ଆଗକୁ ଡେଇଁ ପଡିଥିବା ଅନୁମାନ କରାଯାଉଥିବା ବେଳେ ଅନ୍ୟ କେତେକ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ।

Related posts

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ଆଜିଠୁ ଆରମ୍ଭ ଡଲଫିନ୍ ଗଣନା 

mahabharatanews