ଓଡିଶା

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

ଭୁବନେଶ୍ୱର: ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ବଲାଙ୍ଗିର-ସମ୍ବଲପୁର NH-୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲାମାଡ କରିଛନ୍ତି । ପଥର ମାଡ଼ରେ ବିଧାୟକଙ୍କ PSO ଓ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ଉଭୟଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ ଗାଡିର ପଛ ସିଟରେ ବସିଥିବାରୁ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସେ ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।

Related posts

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

mahabharatanews

ରାଜ୍ୟରେ ଆଉ ୧୭ ପଜେଟିଭ ଚିହ୍ନଟ,୨୮୭ ପହଞ୍ଚିଲା ପଜେଟିଭ

mahabharatanews

ବିଜେଡିରୁ ସୁଜାତା ଯାଇପାରନ୍ତି ରାଜ୍ୟସଭା, ବିରୋଧ କଲେଣି ବରିଷ୍ଠ ନେତା

mahabharatanews