Uncategorized

ୟେସ ବ୍ୟାଙ୍କ ଦୁର୍ନୀତି: ରାଣାଙ୍କ ସମେତ ପତ୍ନୀ, ୩ ଝିଅଙ୍କ ନାମରେ ଏଫଆଇଆର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ପକ୍ଷରୁ ୟେସ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ପରିବାରର ୭ଟି ଠିକଣ।। ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ରାଣ।।ଙ୍କ ଡିଏଚଏଫଏଲ, ଆରକେଡବ୍ଲୁ ଡେଭଲପର୍ସ, ଡୋଇଟ ଅର୍ବାନ ବେଞ୍ଚର୍ସ ପ୍ରାଇଭେଟ ଲିମିଟେଡ, ମୁମ୍ବ।।ଇର ବାନ୍ଦ୍ରାରେ ଥିବା ଡିଏଚଏଫଏଲ ଠିକଣାରେ ଚଢାଉ କରାଯାଇଛି । ସିବିଆଇ ୭ ମାର୍ଚ୍ଚକୁ ୟେସ ବ୍ୟାକର ତକ୍ରାଳୀନ ସିଆଇଓ ରାଣା କପୁର, ତାଙ୍କ ଅନ୍ୟ କମ୍ପାନୀ ଡୋଇଟ ଅର୍ବାନ ବେଞ୍ଚର୍ସ, ଡିଏଚଏଫଏଲ, କପିଲ ବଧାବନ ଓ ଅନ୍ୟଙ୍କ ନାମରେ ଏଫଆଇଆର ଦାୟର କରିଛି । ଏମାନଙ୍କ ନାମରେ ଆଇପିସିର ଧାରା ୧୨୦ (ବି) ୪୨୦, ୭୧୨ ଓ ୧୩ ଅନ୍ତର୍ଗତ ମାମଲା ଦାୟର କରାଯାଇଛି । ସିବିଆଇ ଏଫଆଇଆରରେ ଉଲ୍ଲେଖ କରିଛି, ରାଣା କପିଲ ବଧାବନ ଓ ଅନ୍ୟମାନଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିଲା, ଯେମିତି ଡିଏଚଏଫଏଲକୁ ୟେସ ବ୍ୟାଙ୍କ ଲିମିଟେଡରୁ ଆର୍ଥିକ ସହାୟତା ମିଳିପାରିବ ଓ ତାଙ୍କ ପରିବାର ବର୍ଗଙ୍କ କମ୍ପାନୀ ଏଥିରୁ ଲାଭ ଉଠାଇ ପାରିବେ । ।

ସୂଚନାଯୋଗ୍ୟ, ଏହି ମାମଲାରେ ରାଣା କପୁରଙ୍କ ସହ ତାଙ୍କ ପତ୍ନୀ ବିନ୍ଦୁ କପୁର ଓ ତିନି ଝିଅ ରେ।।ଶନୀ କପୁର, ରାକ୍ଷୀ କପୁର ଓ ରାଧା କପୁର ଟଣ୍ଡନଙ୍କ ନାମ ମଧ୍ୟ ସାମିଲ ଅଛି । ଏହି ମାମଲାରେ ଇଡି ପୂର୍ବରୁ ହିଁ ରାଣା କପୁରଙ୍କୁ ଗିରଫ କରି ସାରିଛି ।

Related posts

ସିଫା ଲକ୍କଡୱାଲାଙ୍କୁ କ୍ଲିନ ଚିଟ୍

mahabharatanews

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews