ଓଡିଶା

ମାଲକାନଗିରିରେ ମା’ ନାକଟେଶ୍ୱରୀଙ୍କ ଯାତ୍ରା ଆରମ୍ଭ

(ମହାଭାରତ, ମାଲକାନଗିରି): ମାଲକାନଗିରି ସହରର ପ୍ରସିଦ୍ଧ ଦେବୀ ମା ନାକଟେଶ୍ୱରୀଙ୍କ ଯାତ୍ରା ରବିବାର ଆରମ୍ଭ ହୋଇଛି । ଯାତ୍ରା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଉଁଶ ଲାଠି ମାଆଙ୍କର ଯାତ୍ରା ସ୍ଥାନକୁ ଆସିଥିଲା । ସନ୍ଧ୍ୟାରେ ମା’ଙ୍କର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଜା ବଜାଇ ଓ ବାଣ ଫୁଟାଇ ଏହି ଶୋଭାଯାତ୍ରା ମାଲକାନଗିରି ସହର ପରିକ୍ରମା କରିଥିଲା । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ମା’ଙ୍କ ଦର୍ଶନ ପାଇଁ ଲୋକମାନେ ଫୁଲ, ଚନ୍ଦନ, ହଳଦୀପାଣି, ଚାଉଳ ଓ କ୍ଷୀର ଆଦି ପକାଇ ମାଆଙ୍କୁ ସ୍ୱାଗତ କରିଥିଲେ । ମା’ଙ୍କ ସହର ପରିକ୍ରମା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ଲାଠି ନାକଟିମା ମନ୍ଦିରକୁ ଆସଥିଲା । ଆଦିବାସୀ ନୃତ୍ୟରେ ସାରା ସହର ମୁଖରିତ ହୋଇଥିଲା । ପୂଜାରୀମାନେ ପାରମ୍ପରିକ ବେଶ୍ଭୂଷାରେ ନୃତ୍ୟ କରିଥିଲେ । ବାଉଁଶ ଲାଠି ଓ ମା’ଙ୍କୁ କାନ୍ଧରେ ଧରି ଯୁବକମାନେ ନାଚି ନାଚି ଶୋଭାଯାତ୍ରାରେ ବାହାରିଥିଲେ । ମା ନାକଟେଶ୍ୱରୀଙ୍କ ଏହି ଯାତ୍ରା ୩ ଦିନ ଧରି ଚାଲିବ । ଏଥିପାଇଁ ସହରର ଭିଡକୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related posts

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ACF ରେବତୀ ରମଣ ଯୋଶୀ: କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କା

mahabharatanews

ନିଆଁ ରେ ୪ ବଖରା ଜଳିଗଲା

mahabharatanews