(ମହାଭାରତ, ଝାରସୁଗୁଡା): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରରେ ଏକ ହତ୍ୟାକାଣ୍ଡ ହୋଇଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଅଜୟ କୁମାର ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିିନ ଅଜୟଙ୍କର ଅନ୍ୟ ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଏକ ମାରଣାସ୍ତ୍ରରେ ଅଜୟଙ୍କ ତଣ୍ଟି କାଟି ଦେଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଗୁରତର ଅବସ୍ଥାରେ ମଣ୍ଡଲିଆ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବା ଜଣାଯାଇଛି ।
previous post