ଓଡିଶା

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଗତକାଲି ଏକ ଅଗ୍ନିକାଣ୍ଡ ଘଟି କୋଟିକୋଟି ଟଙ୍କାର କାଗଜ ପୋଡି ପାଉଁଶା ହୋଇଯାଇଛି । ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ରେମୁଣ ସ୍ଥିତ ପେପରମିଲର କଞ୍ଚାମାଲ ଗୋଦାମରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ କମ୍ପାନୀର ଅଗ୍ନିଶମ ବିଭାଗ ଚେଷ୍ଟା କରିଥିଲା । କିନ୍ତୁ ଏହା ସମ୍ଭବ ହୋଇନଥିଲା । ପରେ ରେମୁଣା ଓ ବାଲେଶ୍ୱର ଅଗ୍ନିଶମ ବିଭାଗର ୭ଟି ଦମକଳ ବାହିନୀ ମିଳିତଭାବେ ନିଆଁ ଲିଭାଇଥିଲେ । ପେପର ମିଲରେ ନିଆଁ ଲାଗିଥିବାରୁ ନିଆଁର ପ୍ରକୋପ ଅଧିକ ଥିଲା । ଏହି କାର୍ଯ୍ୟରେ ୨୮ ଜଣ ଏନଡିଆରଏଫ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ । ପ୍ରାୟ ସାଢେ ୪ ଟଙ୍କାର ଅକ୍ଳାନ୍ତ ପରିଶ୍ରମ ପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ନିଆଁ କିପରି ଲାଗିଥିଲା ତାହା ଜଣାପଡି ନାହିଁ । ପୁଲିସ ଏହାର ତଦନ୍ତ ଚଳାଇଛି । ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କର୍ିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

Related posts

ପରମିଟ୍ ନଥିବା ଟ୍ରକକୁ ଛାଡି ଦୁଇ ଚକିଆଙ୍କୁ ଧରୁଛି ପୋଲିସ

mahabharatanews

ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ

mahabharatanews