Uncategorized

୪ ଦିନ ପରେ ଗୃହକୁ ଫେରିଲେ ଓମ ବିରଲା

ନୂଆଦିଲ୍ଲୀ: ଆଜି ଲୋକସଭାରେ ସର୍ବଦଳୀୟ ବୈଠକ ପରେ କଂଗ୍ରେସର ୭ ନିଲମ୍ବିତ ସଦସ୍ୟଙ୍କୁ ଗୃହକୁ ଫେରାଇ ନେବାକୁ ନିଷ୍ପତି ନିଆଯାଇଛି । ଏହି ବୈଠକ ଗୃହର ଅଧ୍ୟକ୍ଷ ଓମ ବିରଲା ଡକାଇଥିଲେ । କଂଗ୍ରେସ ଆଜି ମଧ୍ୟ ଗୃହରେ ତାର ସଦସ୍ୟଙ୍କ ନିଲମ୍ବନ ପ୍ରସଙ୍ଗ ଲୋକସଭାରେ ଉଠାଇଥିଲା । ଏହାକୁ ନେଇ ହଙ୍ଗାମା ମଧ୍ୟ ହୋଇଥିଲା । ତେଣୁ ଗୃହକୁ ଦୁଇଥର ନିଲମ୍ବନ କରାଯାଇଥିଲା । ଗୌରବ ଗେ।ଗଇଙ୍କ ସମେତ ଲୋକସଭାର କଂଗ୍ରେସ ସଦସ୍ୟ ଟିଏନ ପ୍ରତାପନ, ରାଜମୋହନ ଉନ୍ନିଥନ, ମଣିକମ ଟେଗୋର, ବେନି ବେହନ, ଡିନ କୁରିକୋସ, ଗୁରଜିତ ସିଂହଙ୍କୁ ନିଲମ୍ବନ କରାଯାଇଥିଲା ।

ଏହି ନିଲମ୍ବନ ପ୍ରତ୍ୟାହାର ପରେ ଆଜି ୪ ଦିନ ପରେ ଓମ ବିରଲା ଗୃହରେ ପହଞ୍ଚିଥିଲେ । ବିଡଲାଙ୍କ ଗୃହକୁ ଆସିବା ପରେ କଂଗ୍ରେସ ସମେତ ସମସ୍ତ ପାର୍ଟିର ସାଂସଦ ଖୁସି ପ୍ରକାଶ କରିଥିଲେ । ଲେ।କସଭାର କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଗୃହରେ ଆପଣଙ୍କୁ ପୁନଃ ଦେଖି ଆନନ୍ଦ ଅନୁଭବ ହେଉଛି । ଆମେ ମଧ୍ୟ ଚାହୁଁ ସଦନର କାର୍ଯ୍ୟ ସୁରୁଖୁରୁରେ ଚାଲୁ । କିନ୍ତୁ ବେଳେବେଳେ ଏମିତି କିଛି ହୋଇଯାଏ । ନିଲମ୍ବନକୁ ନେଇ ଅଧୀର ରଞ୍ଜନ କହିଲେ, ହୁଏତ କିଛି ଭୁଲ ହୋଇଯାଇଛି, କିନ୍ତୁ ଏହାର ତଦନ୍ତ କରାଯିବା ଆବଶ୍ୟକ ।

ସୂଚନାଯୋଗ୍ୟ, ୫ ମାର୍ଚ୍ଚକୁ ରାଜସ୍ଥାନର ନାଗୌର ସାଂସଦ ହନୁମାନ ବେନିବାଲ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗ।ନ୍ଧୀ ଓ ର।ହୁଲ ଗାନ୍ଧୀଙ୍କ ଉପରେ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ସୋନିଆ ଓ ରାହୁଲଙ୍କ କୋରୋନା ଯାଞ୍ଚ ହେବା ଦରକାର । କାରଣ ସେମାନେ ଇଟାଲୀରୁ ଆସିଚନ୍ତି ଓ ଇଟାଲୀରୁ ସବୁଠାରୁ ଅଧିକ କୋରୋନା ମାମଲା ଭାରତକୁ ଆସିଛି । ଏହାର ପ୍ରତିବାଦରେ କଂଗ୍ରେସ ସାଂସଦମାନେ ସେମାନଙ୍କ ଆସନଛାଡି ଗୃହର ମଧ୍ୟଭାଗରେ ହୋ ହାଲ୍ଳା କରିଥିଲେ, କାଗଜ ଚିରି ଦେଇଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୃହରୁ ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିଲା ।

Related posts

ଦିଲ୍ଲୀରେ ଆପ୍ କର୍ମୀଙ୍କୁ ହତ୍ୟା, ୩ ଗିରଫ

mahabharatanews

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews