କଣିହା: ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଧୀନ ବଳରାମପ୍ରସାଦ ବସଲା ସାହି ମଶାଣି ନିକଟସ୍ଥ ପଡିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ଜଣେ ମହିଳା ଉଦ୍ଧାର କରିଛି । କନ୍ୟା ସନ୍ତାନକୁ ଜଣେ ମହିଳା ଉଦ୍ଧାର କରିଛି । ଏହି ଶିଶୁ କନ୍ୟାକୁ ଜନ୍ମପରେ କେହି ଏକ ବ୍ୟାଗରେ ଭର୍ତ୍ତିକରି ମଶାଣି ପଡିଅ।।ରେ ଜାଶଡି ଦେଇଛନ୍ତି । ଶୌଚ ପାଇଁ ପଡିଆକୁ ଯାଇଥିଲେ । ସେଠାରେ ଶିଶୁର କାନ୍ଦ ଶୁଭିଥିଲ।। ଓ ଏକ ବ୍ୟାଗରେ କନ୍ୟା ସନ୍ତାନ ଥିବ।।ର ଦେଖି ସମ୍ପୃକ୍ତ ଶିଶୁ କନ୍ୟାକୁ ବ୍ୟାଗରୁ ବାହାର କରିଥିଲେ । ପରେ ସ୍ଥାନୀୟ କୋମଳମତି କନ୍ୟାକୁ ଦେଖିବା ପାଇଁ ଗହଳି ଲାଗିଥିଲା । ପରେ ସମ୍ପୃକ୍ତ ମହିଳା ଜଣକ ଘରକୁ ଆଣି କନ୍ୟାର ସେବା ଯତ୍ନ କରିଥିଲେ । କେହି ଯୁବତୀ କିମ୍ବା ମହିଳା ଶିଶୁକୁ ଛାଡି ପଳାଇଯାଇଥିବା ସନ୍ଦେହ ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ଚାଇଲ୍ଡ ହେଲ୍ଥ ଲ।।ଇନର ସଦସ୍ୟ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଲ।। ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରି ପ୍ରାଥମିକ ଚିକିତ୍ସା କରିଥିଲେ । ଶିଶୁଟି ସୁସ୍ଥ ଥିବା ତଦନ୍ତକାରୀ ଡାକ୍ତର କହିଛନ୍ତି ।
previous post
next post