ଓଡିଶା

ଦୋଳ ମେଲଣରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ନିଆଳି: କଟକ ଜିଲ୍ଲାର ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବାର ଜଣାଯାଇଛିୟ ଏହି ଘଟଣା ବିଳମ୍ବିତ ରାତିରେ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ନିଆଳି ଥାନା ଅଞ୍ଚଳରେ ଥିବା ଦିପୋଟି ମେଲଣକୁ ଗୋଟିକ ପରେ ଗୋଟିଏ କରି ୬୨ଟି ଦୋଳ ବିମାନ ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ମଙ୍ଗଳବାର ରାତି ପ୍ରାୟ ୩ଟା ସମୟରେ ଜଣେ ଯୁବକ ଗହଳିର ସୁଯୋଗ ନେଇ ପାଇ ସାହି ଛକ ନିକଟରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପୀଡ଼ିତା ନିଜର ସଂପର୍କୀୟମାନଙ୍କୁ ଘଟଣା ସଂପର୍କରେ କହିବା ପରେ ନିଆଳି ଥାନାରେ ଏ ନେଇ ଅଭିଯୋଗ କରାଯାଇଥିଲା । ଏହାପରେ ନିଆଳି ଥାନା ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଆଣି ଅଟକ ରଖିଛି । ହେଲେ ଏନେଇ ପୁଲିସ୍ ମୁହଁ ଖୋଲୁନାହିଁ । ତେବେ ଅଭିଯୁକ୍ତଙ୍କର ଘର ନିଆଳି ଥାନାର ପତ୍ରକଣା ଗାଁରେ ବୋଲି ଜଣାଯାଇଛି ।

Related posts

ପୁଣି ଫେରିବ ତାତି 

mahabharatanews

ଜଳପଥରେ ଚେନ୍ନାଇରୁ ଘରକୁ ଫେରିଲେ ଗଞ୍ଜାମର ୩୩ ଶ୍ରମିକ

mahabharatanews

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

mahabharatanews