(ମହାଭାରତ): ଜନ୍ମ ପରେ ଶିଶୁର ରଙ୍ଗ ତା’ର ଜିନ୍ ଉପରେ ନିର୍ଭର କରିଥାଏ । ଏମିତି କୌଣସି ବି ଉପାୟ ନାହିଁ, ଯଦ୍ଦ୍ୱାରା ଆପଣ ଏହାର ପ୍ରାକୃତିକ ରଙ୍ଗକୁ ବଦଳାଇ ପାରିବେ । ତେବେ କିଛି ମାତ୍ରାରେ କେବଳ ତ୍ୱଚାରେ ଉଜ୍ଜ୍ୱଳପଣ ଆଣିପାରିବେ । ଏଥିପାଇଁ ଆପଣଙ୍କୁ ବଜାରରୁ କୌଣସି କ୍ରିମ୍ କିମ୍ବା ଲୋଶନ କିଣିବାର ଆବଶ୍ୟକ ନାହିଁ, ଘରେ ଥିବା କିଛି ପ୍ରାକୃତିକ ଜିନିଷକୁ ବ୍ୟବହାର କରି ବି ଆପଣ ନିଜ ପିଲାର ରଙ୍ଗକୁ ସାମାନ୍ୟ ଗୋରା କରିପାରିବେ । ଆସନ୍ତୁ ଜାଣିବା,୫ଟି ଘରୋଇ ଉପଚାର ।
୧- ବେସନ ପେଷ୍ଟ
ଶିଶୁର ରଙ୍ଗକୁ ଗୋରା କରିବା ପାଇଁ ଆପଣ ବେସନ ପେଷ୍ଟ ଲଗାଇ ପାରିବେ । ଏଥିରେ ହଳଦୀ,କଞ୍ଚାକ୍ଷୀର, ତାଜା ମଲାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ବେବି ସ୍କିନରେ ଲଗାଇ ୧୦ ମିନିଟ୍ ଛାଡି ଦିଅନ୍ତୁ । ତା’ପରେ ନରମ କପଡା କିମ୍ବା କଟନ୍ରେ ସଫା କରିଦିଅନ୍ତୁ ।
୨- ବଡି ପ୍ୟାକ୍
ଆପଣ ଚନ୍ଦନ ପାଉଡର,କଞ୍ଚା କ୍ଷୀର, ହଳଦୀ ଏବଂ କେସରକୁ ମିଶାଇ ବଡି ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଶିଶୁ ଦେହରେ ମାଲିସ୍ କରନ୍ତୁ ।
୩- ସାବୁନ ଉପଯୋଗ କରନ୍ତୁ ନାହିଁ
କଞ୍ଚା କ୍ଷୀର ଏବଂ ଗୋଲାପ ଜଳ ସହିତ ପ୍ୟାକ୍ ପ୍ରସ୍ତୁତ କରି ଏଥିରେ ଶିଶୁକୁ ଗାଧୋଇ ଦିଅନ୍ତୁ । ବଜାରରେ ମିଳୁଥିବା ସାବୁନ ବ୍ୟବହାର କରିବେ ନାହିଁ । ମାଇଲ୍ଡ ସୋପ୍ ଶିଶୁ ପାଇଁ ଲାଭଦାୟକ ।
୪- ମଇଶ୍ଚରାଇଜର ଲଗାନ୍ତୁ
ଅଳ୍ପ ମଇଶ୍ଚରାଇଜର ସହିତ ହାଲୁକା ମାଲିସ କରନ୍ତୁ । ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦିଶିଥାଏ ।
୫- ତେଲ ମସାଜ୍
ଶିଶୁ ଶରୀରରେ ନଡିଆ ତେଲ କିମ୍ବା ଅଲିଭ୍ ଅଏଲ୍ ମସାଜ୍ କରନ୍ତୁ । ତେଲକୁ ହାଲୁକା ଗରମ କରନ୍ତୁ, ପୁଣି ଏହାକୁ ମାଲିସ୍ କରନ୍ତୁ । ହାତର ପ୍ରେସରକୁ ଧିମା ରଖନ୍ତୁ । ଏମିତି କଲେ ଶିଶୁର ରଙ୍ଗ ସଫା ହୋଇଯିବ ।
previous post
