Uncategorized

ରହସ୍ୟ ଘେରରେ ପ୍ଲେସ ଅଫ୍ ଗର୍ଡ

(ମହାଭାରତ): ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି,ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ । ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି,ସେଥିରେ ସେମାନେ ଅଧିକ ଜଡିତ ହୋଇଯାଇଛନ୍ତି । ମେକ୍ସିକୋରେ ଏପରି ଏକ ରହସ୍ୟମୟ ସ୍ଥାନ ରହିଛି,ଯାହାକୁ ‘ପ୍ଲେସ ଅଫ୍ ଗର୍ଡ’ ଅର୍ଥାତ୍ ଭଗବାନଙ୍କ ସ୍ଥାନ ବୋଲି କୁହାଯାଏ । ଏହି ସ୍ଥାନ ଟିୟାଟିହୁକାନ ସହର ଭାବେ ପରିଚିତ । ଯେଉଁଠାରେ ପିରାମିଡର ଧ୍ୱଂସାବିଶେଷ ରହିଛି । ଚତୁର୍ଦ୍ଦଶ ଶତାଦ୍ଦୀରେ ଏଜଟେକ୍ସ ସାମାଜ୍ର୍ୟର ଲୋକେ ଏହି ସ୍ଥାନ ଆବିଷ୍କାର କରିଥିଲେ । ଏହାର ନାମ ଟିୟାଟିହୁକାନ ରଖିଥିଲେ । ପୂର୍ବରୁ ଏହି ସ୍ଥାନର କୌଣସି ନାମ ନଥିଲା । ଏଜଟେକ୍ସ ଲୋକେ ଭାବୁଥିଲେ ଯେ, ଏହି ସହର ସ୍ୱତଃ ପ୍ରକୃତ ଭାବେ ସୃଷ୍ଟି ହୋଇଛି । କିଏ ଏହାକୁ ନିର୍ମାଣ କଲା, କେବେ ନିର୍ମାଣ ହେଲା, କାହିଁକି ହେଲା ଏବଂ ଏଠାରେ କିଏ ରହୁଥିଲେ ଆଜି ବି ଏହା ରହସ୍ୟମୟ ହୋଇ ରହିଛି । ଏହି ସ୍ଥାନ ବିଷୟରେ କୌଣସି ପୁସ୍ତକ ବା ଅନ୍ୟ କେଉଁଠି ଏହାର ସୂଚନା ନାହିଁ । ତେବେ ଏହି ରହସ୍ୟମୟ ସହରରେ ପ୍ରାୟ ୨୫ହଜାର ଲୋକ ବାସ କରୁଥିବା ବୋଲି ଅନୁମାନ କରାଯାଏା କାରଣ ଏହା ଏକ ବଡ ଅଞ୍ଚଳ । ଏହି ସହରର ଆଉ ଏକ ରହସ୍ୟମୟ କଥା ହେଲା ଏଠାରେ ଏକ ପିରାମିଡ ଭିତରେ ଅନେକ ଲୋକଙ୍କ ହାଡ କଙ୍କାଳ ପଡିରହିଛି । ଉକ୍ତ ସ୍ଥାନରେ ମଣିଷକୁ ବଳି ଦିଆଯାଉଥିବା ଅନୁମାନ କରାଯାଉଛି ।

Related posts

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

mahabharatanews

ଅଯୋଧ୍ୟାରେ ମାଂସ ବିକ୍ରୀ ଉପରେ କଟକଣା ପ୍ରତ୍ୟାହାର

mahabharatanews

ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ

mahabharatanews