ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ମୁକ୍ତିକୁ ସିପିଆଇ ପକ୍ଷରୁ ସ୍ୱାଗତ କରାଯିବା ସହ ଜାମ୍ମୁ ଓ କାଶ୍ମୀରରେ ବନ୍ଦୀ ଥିବା ସମସ୍ତ ନେତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି । ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଆଜି କହିଛନ୍ତି, ପାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ ସରକାର ଜାରି କରିଥିବା ନିର୍ଦ୍ଦେଶ ବେଶ ଭଲ ପଦକ୍ଷେପ । କିନ୍ତୁ ଫାରୁକଙ୍କ ପୁଅ ଓମାର ଓ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ କାହିଁ ମୁକ୍ତ କରାଯାଉନାହିଁ? ଜାମ୍ମୁ କାଶ୍ମୀରରେ ବନ୍ଦୀ ଥିବା ସମସ୍ତ ରାଜନୈତିକ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକାୁ ରାଜା ଦାବି କରିଛନ୍ତି । ଏଥିସହ ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ଏନପିଆର ବିରୋଧରେ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଅମିତ ଶ।।ହ।। ଏହା ଉପରେ ରାଜ୍ୟ ସଭାରେ ଗତକାଲି ଯେଉଁ ସୂଚନା ପ୍ରଦାନ କଲେ ତାହା ଆଦୌ ବୋଧଗମ୍ୟ ନଥିବା ରାଜା କହିଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର) ଓ ଜାରତୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ଗୋଟିଏ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଅଗଷ୍ଟ ୧୫ରେ ପବ୍ଲିକ ସେଫଟି ଆକ୍ଟ ଅନ୍ତର୍ଗତ ଫାରୁକଙ୍କୁ ଗିରଫ କରାଯାଇଥିବା ବେଳେ କାଲି ତାଙ୍କୁ ମୁକ୍ତ କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲା ।