ଓଡିଶା

ନାଟକ ପରିବେଶଣ ବେଳେ ବାଣ ଫୁଟି ୯ ଗୁରୁତର

(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର କଇଠିରା ଗାଁରେ ରବିବାର ଅଘଟଣ ଘଟିଛି । ଗାଁରେ ନାଟକ ପରିବେଶଣ ବେଳେ ବାଣ ଫୁଟି ୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆସିକା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ସମସ୍ତେ ଶିଶୁ ଓ ଯୁବକ ବୋଲି ଜଣାଯାଇଛି । ସେମାନେ ହେଲେ ରାଜା ଗୌଡ (୧୨), ଓମ ଗୌଡ (୮), ସୁମର ରେଡ୍ଡି (୭), ଚନ୍ଦନ ବିଶୋୟୀ (୮), ଅରୁଣ ବିଶୋୟୀ(୧୯), ବାବୁ ବିଶୋୟୀ(୨୦) ଓ ବିଜୟ ଗୌଡ (୪୦) । କଇଠିରା ଗାଁରେ ୭ ଦିନ ଧରି ଦୋଳ ପୂର୍ଣ୍ଣମୀ ପାଳନ କରାଯାଉଛି । ଗତ ଶନିବାର ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ଏକ ଯୁଦ୍ଧ ଦୃଶ୍ୟ ସମୟରେ ବାଣ ଫୁଟା ଯାଇଥିଲା । ତେବେ ଅସାବଧାନତାବଶତଃ ଷ୍ଟେଜ୍ ତଳେ ଥିବା ଗଚ୍ଛିତ ବାଣରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଳରେ ଷ୍ଟେଜ୍ ନିକଟରେ ବସିଥିବା ଛୋଟ ପିଲାମାନେ ମଧ୍ୟ ଗୁରୁତର ହୋଇଛନ୍ତି । ଏଥିସହ ନାଟକ ପରିବେଶଣ କରୁଥିବା ଯାତ୍ରା ଦଳର କଳାକାର ଅରୁଣ ବିଶୋୟୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

Related posts

ଅନଲକ୍-୪ ପାଇଁ ଗାଇଡଲାଇନ ଜାରି: ସଟ୍ ଡାଉନ ହଟିଲା, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

mahabharatanews

ଫିଫା ଅଣ୍ଡର 17 ମହିଳା ବିଶ୍ବକପ

mahabharatanews

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews