ଓଡିଶା

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

(ମହାଭାରତ, ମୋହନା): ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଏଠାରେ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତ୍ତିଙ୍କୁ କୌଣସି ଦୂର୍ବୃତ୍ତ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକମାନେ ଏହି ଗାଁର ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ ବୋଲି ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଗୁଣି ଗାରେଡିକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଗପିଟମା ଗାଁର ପଟର ମଳିକ ଓ ଦିବ୍ୟାଙ୍ଗ ପତ୍ନୀ ସବିତା ମଳିକ ସବୁଦିନ ଭଳି ଗାଁ ନିକଟରେ ରହିଥିବା ବଗଡକୁ ତେନ୍ତୁଳି ସଂଗ୍ରହ କରିବାକୁ ଯାଇଥିଲେ । ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ଦମ୍ପତ୍ତି ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଦୂର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । କୁଟିଗୁଡା ଗାଁର ଦୁଇ ଜଣ ନାବାଳକ ତେନ୍ତୁଳି ଗୋଟାଇବା ପାଇଁ ଆସିଥିବା ବେଳେ ଦମ୍ପତ୍ତିଙ୍କ ମୃତଦେହ ଦେଖି ଗପଟିମା ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଗାଁ ଲୋକେ ମୋହନା ଥାନାକୁ ଜଣାଇଥିଲେ । ମୃତ ଦମ୍ପତିଙ୍କ ସାନ ପୁଅ ସଞ୍ଜିବ ମଲ୍ଲିକଙ୍କ କହିବାନୁସାରେ ତାଙ୍କ ବାପା ଲୋକଙ୍କୁ ବିଭିନ୍ନ ଚେରମୂଳୀ ଦେଇ ରୋଗ ଉପଶମ କରାଉଥିଲେ । ଏହାକୁ କିଛି ବ୍ୟକ୍ତି ସହି ନପାରି ଏଭଳି କାଣ୍ଡ କରିଛନ୍ତି ବୋଲି କହିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଆଜି ସୁଦ୍ଧା ୫୮,୨୪୯ ଚାଷୀଙ୍କଠାରୁ ୩୯୬୫୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ

mahabharatanews

ହାତୀ ଭୟରେ ସ୍କୁଲ ଛୁଟି, କାବୁ କରିବାକୁ ବନ ବିଭାଗର ଉଦ୍ୟମ

mahabharatanews

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews