Uncategorized

ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

(ମହାଭାରତ): କୋରୋନା ଭାଇରସ କାରଣରୁ ପୁରା ବଲିଉଡର ବନ୍ଦ ହୋଇ ସାରିଲାଣି । ସେଲିବ୍ରିଟି ମାନେ ଘର ଭିତରେ ବନ୍ଦୀ ହୋଇଯାଇଛନ୍ତି । ଏହା କାରଣୁ ବଲିଉଡ ସିଟିର ସମସ୍ତ ଜିମ ବି ବନ୍ଦ ହୋଇସାରିଥିବା ବେଳେ ଷ୍ଟାର ମାନେ ବି ଏହାର ବିକଳ୍ପ ବାଛି ସାରେଲିଣୀ । ବଲିଉଡ ଜଗତର ଅନ୍ୟତମ ସୁନ୍ଦରୀ କ୍ୟାଟ୍ରିନା କେଫ ନିଜ ଘର ଛାତ ଉପରେ ହିଁ ବ୍ୟାୟାମ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । କୌଣସି ପରିସ୍ଥିତିରେ ବି ସେ ନିଜ ବ୍ୟାୟାମ ନିୟମକୁ ଛାଡିବାକୁ ରାଜି ନୁହଁନ୍ତି । କ୍ୟାଟ୍ରିନାଙ୍କ ଏକ୍ସରସାଇଜର ଏହି ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆ ଗୁଡିକରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିଜର ଏହି ଭିଡିଓ ସହ କ୍ୟାଟ୍ରିନା ଲେଖିଛନ୍ତି କି ଜିମ ନଯାଇପାରିବାରୁ ଘର ଭିତରର ବ୍ୟାୟାମ ଭିଡିଓଟିକୁ ମୁଁ ସମସ୍ତଙ୍କ ସହ ସେୟାର କରୁଛି । ସେ ଏହା ସହ ଲେଖିଛନ୍ତିକି, ଘରେ ବି ଆପଣ ନିଜ ଏକ୍ସରସାଇଜ କରିପାରିବେ । କ୍ୟାଟ୍ରିନାଙ୍କ ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣୀ ।

Related posts

ଦିଲ୍ଲୀର କପଡା ଗୋଦାମରେ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ, ୧୦ ଗୁରୁତର

mahabharatanews

ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

mahabharatanews

ଫାଭିପିରାଭିର, ଫାଇଟୋ-ଫାର୍ମାସ୍ୟୁଟିକାଲ୍ ପରୀକ୍ଷାକୁ ମିଳିଲା ଅନୁମତି

mahabharatanews