ଅପରାଧ

ପ୍ରଧାନମନ୍ତ୍ରୀଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର: ୪ ଗିରଫ

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କ ନାମରେ ସାମାଜିକ ଗଣମାଧ୍ୟବରେ ଅପ ପ୍ରଚାର ଯୋଗୁ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡାର ୨ଟି ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଏକ ଗୁଜବ ଖବର ଅପପ୍ରଚାର କରାଯାଇଥିବା ଘଟଣା ସମ୍ପର୍କରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଅନ୍ୟ ୩ଜଣଙ୍କ ନାମରେ ଥାନା କେଶ ନମ୍ବର ୪୩/୨୦୨୦ରେ ଆଇପିସିର ଧାରା ୧୮୮,୫୦୦,୫୦୧,୫୦୬ ଓ ୩୪ ଦଫା ସହିତ ଆଇଟି ଆକ୍ଟ ୬୬ଏଫ(ଏ)ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରକୁ ପଠାଇଦିଆଯାଇଥିବା ଜଣାପଡିଛି ।

Related posts

ନିଜ ବେକ ଓ ହାତ କାଟି ହାଜତରେ କଏଦୀର ଆତ୍ମହତ୍ୟା ଉଦ୍ୟମ

mahabharatanews

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପାଟଣାଗଡ ଜେଇ

mahabharatanews

ବହୁରୂପୀ ଏଣ୍ଡୁଅକୁ ଡିଲ୍ କଲାବେଳେ ଧରିଲା ବନ ବିଭାଗ

mahabharatanews