ଓଡିଶା

କରୋନା ପାଇଁ ଆଖଣ୍ଡଳମଣି ମନ୍ଦିରରେ ପ୍ରସ୍ତୁତି ବୈଠକ

(ମହାଭାରତ, ଆରଡି): ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ପୀଠରେ ଯେପରି ଏହାକୁ ରୋକା ଯାଇପାରିବ ସେଥିପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ପରାମର୍ଶକ୍ରମେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ପ୍ରଶାସନ, ସେବାୟତ ଓ ସ୍ଥାନୀୟ ପାଣ୍ଡି ଅଧିକାରୀ ଉପସ୍ଥିତ ରହି କରୋନା ଠାରୁ ଦୂରେଇ ରହିବା ପାଇଁ ଯେପରି ବିଭିନ୍ନ ପଦକ୍ଷପମାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଆଗନ୍ତୁକ ପର୍ଯ୍ୟଟକମାନେ ତାଙ୍କର ଗୋପନୀୟତା ସହ ଆତ୍ମଘୋଷିତ ପତ୍ର ଦାଖଲ କରିବା ବାଧ୍ୟତାମୂଳକ ରହିବ ବୋଲି ମନ୍ଦିର ପରି•ଳକ ବିଦ୍ୟାଧର ପଲାଇ କହିଛନ୍ତି । ସେହିପରି ମନ୍ଦିରରେ ଲାଗି ହେଉଥିବା ନୀତିକାନ୍ତିରେ ସେବାକାରୀଙ୍କ ଭୋଗ ବ୍ୟତୀତ ଅନ୍ୟ କୈାଣସି ବାହାର ଭୋଗ ଲାଗି କରାନଯିବ ସେଥିପାଇଁ ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ମୁଣ୍ଡନ, ବିବାହ-ବ୍ରତ ଓ ଭଜନ-କୀର୍ତ୍ତନ ଆଦି ମନ୍ଦିର ପରିସର ମଧ୍ୟରେ ନହେବା ପାଇଁ ରୋକ ଲଗାଯାଇଛି । ପୂଜାର୍ଚ୍ଚନା ସମୟରେ ସେବାୟତମାନେ ହାତ ଧୋଇବା ସହ ନିଜ ମୁଖମଣ୍ଡଳକୁ ଆଚ୍ଛାଦିତ ରଖିବେ । ଏପରିକି ପର୍ଯ୍ୟଟକମାନେ ମନ୍ଦିର ମଧ୍ୟରେ ଦର୍ଶନ କରିବା ପୂର୍ବରୁ ହାତ-ମୁଖମଣ୍ଡଳ ଭଲଭାବେ ଧୋଇବେ ବୋଲି ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related posts

ଆଠଗଡ଼ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

mahabharatanews

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର;ଲୋକଙ୍କୁ ଦେଲେ  ବିକାଶର ହିସାବ

mahabharatanews

ମାଲକାନଗିରିରେ ଓଡ଼ିଶା ଜୀବିକା ମିଶନର ‘ମୋ ପୃଷ୍ଟି ବଗିଚା’ କାର୍ଯ୍ୟକ୍ରମ

mahabharatanews