ଅପରାଧ

ବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

(ମହାଭାରତ, ଝାରପୋଖରିଆ): ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ପଞ୍ଚାୟତର ଘୁଣ୍ଟିଆବୁଡା ଗାଁରେ ସୋଲାର ବ୍ୟାଟେରୀ ଚୋରି ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, କିଛି ଦିନ ତଳେ ଗାଁ ମନ୍ଦିର ପରିସରରୁ ଏକ ୧୨ ଭୋଲ୍ଟର ସୋଲାର ବ୍ୟାଟେରୀ ଚୋରି ହୋଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ଝାରପୋଖରିଆ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଏହି ଘଟଣାର ଛାନଭିନ କରିଥିଲା । ବୁଧବାର ଦିନ ଚଢାଉ ବେଳେ ଚୋରି ଜିିନିଷ କିଣାବିକା କରୁଥିବା ଜଣେ ମହିଳାଙ୍କ ସମେତ ବ୍ୟାଟେରି ଚୋରି କରିଥିବା ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଏହା ସହ ମୋଟ ୬ଟି ସୋଲାର ବ୍ୟାଟେରୀ ଜବତ ହୋଇଛି । ଥାନାରେ ପଚରାଉଚରା କରିବା ବେଳେ ଅଭିଯୁକ୍ତମାନେ ସୋଲାର ବ୍ୟାଟେରୀ ଚୋରି କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲେ । ଏନେଇ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Related posts

ସତ୍ୟମ ଡେଭଲପର୍ସ ମାଲିକଙ୍କ ହତ୍ୟା ଅଭିଯୁକ୍ତ ଗିରଫ

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews

ସନ୍ଦେହଘେରରେ ଗଣେଶଙ୍କ ମୃତ୍ୟୁ, ଟେର ପାଉନି ପୋଲିସ

mahabharatanews