ଅପରାଧ

୧୨ ବର୍ଷୀୟା ନାବାଳିକା ଗଣଦୁର୍ଷ୍ମର ଶିକାର

ମାହୋବା: ଉତ୍ତର ପ୍ରଦେଶର ମାହୋବାରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଚି । ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ନାବାଳିକା ପୀଡିତାକୁ ତାର ଘରୁ ଦୁଇ ଜଣ ବ୍ୟକ୍ତି ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଉଭୟ ତା ସହ ଗଣଦୁଷ୍କର୍ମ କରିଥିବା ପୁଲିସ ଆଜି ସୂଚନା ଦେଇଛି । ନାବାଳିକା ଚିକ୍ରାର କରିବାରୁ ସେଠାର ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ଏହା ପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କ ଧରିବାରେ ସକ୍ଷମ ହୋଇଥିଲେ । ଏହି ଦୁଇ ଅଭିଯୁକ୍ତମାନେ ହେଲେ ଛୋଟେ (୨୩) ଓ ଡେଭିଡିନ (୨୨) । ଡେଭିଡିନ ଫେରାର ହେବାରେ ସକ୍ଷମ ହୋଇଛି । ଏଥିନେଇ ଥାନାରେ ଏକ ଅଭିଯୋଗ ଦିଆଯାଇଛି । ପୁଲିସ ଛୋଟେକୁ ଗିରଫ କରି ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Related posts

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

mahabharatanews

ସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡ

mahabharatanews