ଦୁର୍ଘଟଣା

ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ

ଇଜିପ୍ଟର ଗିଜା ପ୍ରଦେଶରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁହୋଇଛି ।ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୮ ଜଣ ଆହତ ହୋଇଛନ୍ତି। ଇଜିପ୍ଟର ରାଜଧାନୀ କାଏରୋ ଠାରୁ ପ୍ରାୟ ୭୬ କିଲୋମିଟର ଦକ୍ଷିଣରେ ଏହି ଦୁର୍ଘଟଣା ଘଟିଥିଲା। ଗିଜାରୁ ଫାୟୁମ୍‌ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ କାଏରୋରୁ ଆସୱାନ୍‌ ଯାଉଥିବା ଆଉ ଏକ ଟ୍ରେନ୍‌ର ପଛପଟେ ପିଟି ହୋଇଯାଇଥିଲା। ଏହି ଧକ୍କା ଫଳରେ ଉଭୟ ଟ୍ରେନର କିଛି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ କର୍ମଚାରୀମାନେ ଭଙ୍ଗାରୁଜା ଅଂଶଗୁଡ଼ିକୁ ହଟାଇବା ଏବଂ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ହୋଇଥିଲେ।

ଇଜିପ୍ଟର ରାଜଧାନୀ କାଏରୋ ଠାରୁ ପ୍ରାୟ ୭୬ କିଲୋମିଟର ଦକ୍ଷିଣରେ ଏହି ଦୁର୍ଘଟଣା ଘଟିଥିଲା। ଗିଜାରୁ ଫାୟୁମ୍‌ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ କାଏରୋରୁ ଆସୱାନ୍‌ ଯାଉଥିବା ଆଉ ଏକ ଟ୍ରେନ୍‌ର ପଛପଟେ ପିଟି ହୋଇଯାଇଥିଲା। ଏହି ଧକ୍କା ଫଳରେ ଉଭୟ ଟ୍ରେନର କିଛି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ କର୍ମଚାରୀମାନେ ଭଙ୍ଗାରୁଜା ଅଂଶଗୁଡ଼ିକୁ ହଟାଇବା ଏବଂ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ହୋଇଥିଲେ।

Related posts

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଜଣେ ପାଇଲଟ ଓ ୫ ଜଣଙ୍କର ମୃତ୍ୟୁ

mahabharatanews

ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

mahabharatanews

ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା; ୯ମୃତ

mahabharatanews