Uncategorized

ଶ୍ରୀଲଙ୍କାରେ ଲାଗିଲ କର୍ଫ୍ୟୁ

କଲମ୍ବୋ: କୋରୋନାରେ ଶ୍ରୀଲଙ୍କାରେ ୬୫ ଜଣ ଠାବ ହେବା ପରେ ଶ୍ରୀଲଙ୍କା ପ୍ରଶାସନ ଦେଶରେ କଟକଣା ଜାରି କରି ଦେଇଛି । କୋରୋନା ମୁକାବିଲା ପାଇଁ ଆଜିଠାରୁ ସୋମବାର ଯାଏ ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି କରାଯାଇଛି । ରାଷ୍ଟ୍ରପତି ଗୋତବାୟ।। ରାଜପାକ୍ଷେଙ୍କ ଅଫିସ ପକ୍ଷରୁ ଏଭଳି କର୍ପ୍ୟୁ ସମ୍ପର୍କରେ ଘୋଷଣା କରାଯାଇଛି । ଏପ୍ରିଲ ୨୫ ରେ ଶ୍ରାୀଲଙ୍କାରେ ସଂସଦୀୟ ନିର୍ବାଚନ ହେବାର ଥିଲା । ହେଲେ ଗତକାଲି କୋରୋନାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା । ମାର୍ଚ୍ଚ ୨୫ ପରେ ନିର୍ବାଚନକୁ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିବ । ଅନ୍ୟ ପକ୍ଷରେ ଆମେରିକାର କାଲିଫର୍ଣ୍ଣିଆରେ ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହିପରି ଲୋକମାନେ ଲକ ଡାଉନ ସମୟରେ ପଦାକୁ ବାହାରି ପାରିବେ ନାହିଁ । ସମସ୍ତ ପ୍ରକାରର ରେଷ୍ଟୁରାଣ୍ଟ, ବାର, କ୍ଲବ ଓ ଜିମ ବନ୍ଦ କରାଯାଇଛି ।

Related posts

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews

ଜେଏନୟୁ ହିଂସା ପ୍ରମାଣ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ

mahabharatanews

Union Budget 2024 : ମୁଖ୍ୟମନ୍ତ୍ରୀ ଖୁସି, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ. .

mahabharatanews