ଲକ୍ଷେ୍ନø: ମୌନୀ ଅମାବାସ୍ୟା ଅବସରରେ ଶୁକ୍ରବାର ପ୍ରୟାଗରାଜର ସଂଗମ ସ୍ଥଳରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ଅନୁଯାୟୀ, ସକାଳ ୮ଟା ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକ ବୁଡ ପକାଇ ସାରିଥିଲେ । ଏହି ବୁଡ ପକାଇବାକୁ ସଂଗମ ଯିବା ରାସ୍ତାରେ ମଧ୍ୟ ଭିଡ ରହିଥିଲା । ମଧ୍ୟ ରାତ୍ରୀ ୨ଟାରୁ ସଂଗମରେ ସ୍ନାନ ଆରମ୍ଭ ହୋଇଯାଇଥିଲା । ରାତ୍ରୀରୁ ହିଁ ସଂଗମ ସ୍ଥଳ ଶ୍ରଦ୍ଧାଳୁଙ୍କ ଦ୍ୱାରା ପୂର୍ଣ୍ଣ ରହିଥିଲା ।
ମୌନୀ ଅମାବାସ୍ୟା ସ୍ନାନକୁ ଦୃଷ୍ଟିରେ ରଖି ଗୁରବାର ସଂଧ୍ୟାରେ ଅକ୍ଷୟବଟ ଓ ସରସ୍ୱତୀ କୂପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲାଗଯାଇଥିଲା । ତେବେ ଏହି ଅବସରରେ ନୌକା ଚାଳନା ଉପରେ ପ୍ରତିବନ୍ଧକ ଲଗା ଯାଇଛି, ଯାହାକୁ ନେଇ ନାବିକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା ଓ ଏହାକୁ ନେଇ ସେମାନେ ବିଜେପିର ବରିଷ୍ଠ ନେତା ପିୟୁଷ ନିଷାଦଙ୍କୁ ଭେଟିଥିଲେ । ଏହା ପରେ ପିୟୁଷ ନାବିକଙ୍କ ସପକ୍ଷରେ କହିଛନ୍ତି, ମାଘ ମେଳା ସମୟରେ ନାବିକ ଦୁଇ ପଇସା ରୋଜଗାର କରିଥାନ୍ତି । ତେଣୁ ଏହି ସମୟରେ ନୌକା ଚଳାଇବା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ । ଅପର ପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଡାକ୍ତରଙ୍କ ସମେତ ୩୦୦ ଅତିରିକ୍ତ କର୍ମଚାରୀ ସେଠାରେ ନିୟୋଜିତ ଅଛନ୍ତି ।
previous post
next post