ଓଡିଶା

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସାଧାରଣ ପାରିବାରିକ କଳହରୁ ଚାଲିଗଲା ଦୁଇଟି ଜୀବନ । ଚୌଦ୍ୱାର ପୌରପାଳିକାର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଓଟିଏମ୍ କଲୋନୀରେ ବାପାକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ପୁଆ ମୃତକ ଦ୍ୱୟ ହେଲେ କାଳୁ ଚରଣ ବେହେରା (୬୫) ଓ ତାଙ୍କ ପୁଅ ମୁନି ବେହେରା ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମୁନି ନିଜ ମାଆଙ୍କ ସହ କୌଣସି କଥାକୁ ନେଇ ପାଟି ତୁଣ୍ଡ କରିଥିଲା । ଏହି ସମୟରେ କାଳୁଚରଣ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଫଳରେ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଏଥିରେ ଉତ୍କ୍ଷିପ୍ତ ହୋଇ ମୁନି ଏକ ଲୁହା ରଡ୍ରେ ବାପାଙ୍କୁ ଆକ୍ରମଣ କରିଥିଲା । ଏଥିରେ ତାଙ୍କ କପାଳ ଦୁଇ ଫାଳ ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାଦେଖି ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରି ସାହାଯ୍ୟରେ ନିଜ ଶରୀରର ବିଭିନ୍ନ ଅଙ୍ଗକୁ କାଟି ପକାଇଥିଲା । ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲା । ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁନିକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାଇଣ୍ଟିକଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି ।

Related posts

ବିମାନରେ ଫେରିଲେ ୧୮୦ ପ୍ରବାସୀ ଓଡିଆ

mahabharatanews

ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର

mahabharatanews

ସାଇକୋ ଲେଡିକୁ ନେଇ କଲେ ଖୁଲାସା: ଆଦିତ୍ୟଙ୍କ ବାପା

mahabharatanews