ଓଡିଶା

ସାମ୍ବାଦିକଙ୍କୁ ଠେଙ୍ଗାରେ ମାରିବାକୁ ଥାନା ଅଧିକାରୀଙ୍କ ଉଦ୍ୟମ

କାଲିମେଳା: ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ସାମ୍ବାଦିକ ପରିଚୟ ପତ୍ର ଦେଖାଇବା ସତ୍ତେ୍ୱ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛି ପୁଲିସ । ଏହି ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମାଲକାନଗିରିର ଏମ୍. ଭି-୭୯ରୁ । ମାଲକାନଗିରିରେ ମାସ୍କ ମିଳୁନଥିବାରୁ ଏମ୍. ଭି-୭୯ ର ଏକ ଯୁବ ସଂଘ ନିଜେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଣ୍ଟନ କରିଥିଲା । ଏନେଇ ବିଭିନ୍ନ ମିଡ଼ିଆରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସେମାନଙ୍କୁ ଏମ୍. ଭି-୭୯ ଥାନାର ଭାରପ୍ରାପ୍ତ ଅଧିକାରୀ ଥାନାକୁ ଡକାଇଥିଲେ । ହେଲେ ଖବର ସଂଗ୍ରହ ପାଇଁ ସେଠାକୁ ଯିବା ପରେ ଏବଂ ସାମ୍ବାଦିକ ପରିଚୟ ଦେବା ସତ୍ତେ୍ୱ ମଧ୍ୟ ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଠେଙ୍ଗାରେ ମାରିବାକୁ ଉଦ୍ୟମ କରିଥିଲେ । ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ସରକାର ତଥା ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Related posts

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

mahabharatanews

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews

୧୬ରୁ ବଢିବ ବର୍ଷା

mahabharatanews