ବାରିପଦାରେ ଅବକାରୀ ବିଭାଗର ବଡ଼ଧରଣର ଚଢ଼ଉ। ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ । ବେଆଇନ କଫ୍ ସିରପ୍ କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଥିବାବେଳେ, ବାରିପଦାରେ ଏକ ବଡ଼ଧରଣର ସଫଳତା ହାସଲ କରିଛି ଭ୍ରାମ୍ୟମାଣ ଅବକାରୀ ଟିମ୍। ଚଢ଼ଉ ସମୟରେ ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ କରାଯିବା ସହ ଏହି କାରବାରରେ ସଂପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।

ବେଆଇନ କଫ୍ ସିରପ୍ କାରବାର ଯୁବପିଢ଼ିଙ୍କ ଉପରେ କୁପ୍ରଭାବ ପକାଉଥିବାବେଳେ, ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏହି କାରବାର ପଛରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ଏବଂ ଜବତ କଫ୍ ସିରପ୍ କେଉଁଠାରୁ ଆସୁଥିଲା, ସେନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
