କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବଡ଼ଗୁଣ୍ଡରୀ ପଞ୍ଚାୟତ ନିକଟସ୍ଥ ପଡିଆ ଠାରେ ଗୁରୁବାର ସାପ୍ତାହିକ ହାଟ ଚାଲିଥିଲା । ସପ୍ତାହର ପ୍ରତି ଗୁରୁବାର ଏହି ହାଟରେ ସ୍ଥାନୀୟ ଅଞ୍ଚଳର ଚାଷୀ, ବେପାରୀ ଓ ଗ୍ରାହକ ପ୍ରମୁଖ ଶତାଧିକ ଲୋକଙ୍କ ଜନ ଗହଳି ଲାଗିରହିଥାଏ । ଏହି କ୍ରମରେ ଆଜି ସକାଳ ୬ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଲୋକଙ୍କ ଜନସମାଗମ ହୋଇଥିଲା । ବ୍ଲକ କଂସମୁଣ୍ଡା, ବଡଗୁଣ୍ଡରୀ, ଡେରେଙ୍ଗ, କଣିହାଁ, ଜରଡ଼ା, ମାସୁଣୀହତା, ମାଳଞ୍ଚଳପଶି ଯୋରା଼ଡ଼ଙ୍ଗା, ଭୂଇଁପୁର ଆଦି ଗ୍ରାମାଞ୍ଚଳ ଅଧିବାସୀଙ୍କ ଭିଡ଼ଜମି ଥିଲା । କଣିହାଁ ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ । ବଡ଼ଗୁଣ୍ଡରୀ ଗାଁର ମୁଖ୍ୟ ରାସ୍ତା କଡ଼ରେ ଦୀର୍ଘ ·ରି ଘଣ୍ଟା ଧରି ଶତାଧିକ ଲୋକଙ୍କ ଗହଳି ଲାଗିଥିଲେ । ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା । ଲୋକେ ଜାଣିଶୁଣି ସରକାରଙ୍କ ଲକଡାଉନ ନିୟମ ଭାଙ୍ଗିଲେ ଜିଲ୍ଲା ପ୍ରଶାସନ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ନିର୍ଦେଶ ଦେଇଥିଲେ ମଧ୍ୟ ଏଠି ପାଳନ ହେଉନଥିବା ଜଣାଯାଇଛି । ଅନୁରୂପ ଭାବରେ କଣିହାଁ ଥାନା ବଡ଼ଗୁଣ୍ଡରୀ ମୌଜାର ସହରମୁଣ୍ଡା ବନ୍ଧରେ ଗତ ବୁଧବାର ସକାଳ ୭ ଘଟିକାରେ ଶତାଧିକ ଲୋକ ଏକାଠି ହୋଇ ବନ୍ଧରୁ ମାଛ ମାରିଥିଲେ । ଘଟଣା ସମ୍ପର୍କରେ କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କୁ ଫୋନ ଯୋଗେ ଘଟଣାସ୍ଥଳରୁ ଜନୈକ ଯୁବକ ଉପସ୍ଥିତ ରହି ସୂଚନା ଦେଇଥିଲେ । କିନ୍ତୁ ଥାନା ଆଇଆଇସି ଶ୍ରୀଯୁକ୍ତ ତ୍ରିପାଠୀ ମାଛ ମାରିବା ଅପରାଧ ନାହିଁ କିନ୍ତୁ ଲୋକ ଗହଳି ହେବା ନିୟମ ବିରୋଧୀ ଏବଂ ଦେଖିବା କହି କଥାକୁ ହାଲକା ନେଇ ଚୁପ ବସିଯାଇଥିବା ଅଭଯୋଗ ହୋଇଛି । ଅପରପକ୍ଷରେ ଲୋକେ ସଚେତନ ହେବା ବଦଳରେ ଲକ-ଡାଉନ ନିୟମ କୁ ଫୁ କରି ଉଡାଇ ଦେଉଛନ୍ତି । ଗୋଟିଏ ପଟେ ଜନତା ସଚେତନ ନହେବା ଅନ୍ୟ ପଟେ ପୁଲିସ ପ୍ରଶାସନ ଘଟଣାସ୍ଥଳକୁ ନ ଯିବା କିମ୍ବା ଆଇନ ଗତ କାର୍ଯ୍ୟାନୁଷ୍ଠାନ ନନେବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଲକଡାଉନକୁ ଭଙ୍ଗ କରୁଥିବା ଜନତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି । ନଚେତ ଏଭଳି ସ୍ଥିତି ଆଗକୁ ଜାରୀ ରହିଲେ ସେମାନଙ୍କ ପାଇଁ ଅନ୍ୟମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ।ଏହି ଘଟଣା ପ୍ରତି ଜିଲ୍ଲା ଏସପି ହସ୍ତକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହୋଇଛି ।
previous post
next post
