୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିବା ପରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଭିନ୍ନ ଭିନ୍ନ ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନକ୍ରମେ ଏହି କଠୋର ପଦକ୍ଷେପ ନିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।

ସୂଚନା ଅନୁସାରେ, ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲ୍ରେ ଥିବାବେଳେ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ଜେଲ୍ କଷ୍ଟୋଡିରେ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ହାଜତ କିମ୍ବା ଜେଲ୍ରେ ରହିଲେ ତାଙ୍କୁ ନିଲମ୍ବନ କରାଯିବାର ବ୍ୟବସ୍ଥା ରହିଛି । ଏହି ନିୟମ ଆଧାରରେ ଉଭୟ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ପଦକ୍ଷେପ ନିଆଯାଇଛି । ତେବେ ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲ୍ରେ ଥିବାବେଳେ କଟକ ସର୍କଲ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ଜେଲ୍ କଷ୍ଟୋଡିରେ ଅଛନ୍ତି ।
/kanak/media/media_files/2026/09/25/odisha-2026-09-25-13-17-26.png)
