ଓଡିଶା

ବିଜେପି ଯୁବ ନେତା ସୌମ୍ୟ ରଞ୍ଜନ ଜେନାଙ୍କୁ ବିଏମ୍ସି ସେଲ ସଂଯୋଜକ ଦାୟିତ୍ୱ

ବିଜେପି ର ଯୁବନେତା ସୌମ୍ୟ ରଞ୍ଜନ ଜେନାଙ୍କୁ ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (BMC) ସେଲ୍‌ର ସଂଯୋଜକ (Coordinator) ଦା  ତ୍ୱ ପ୍ରଦାନ କରାଯାଇଛି। ତାଙ୍କ ସାଂଗଠନିକ ଦକ୍ଷତା, ଯୁବବର୍ଗଙ୍କ ନିକଟତା ଏବଂ ଜନସେବା ପ୍ରତି ନିଷ୍ଠା ସଂଗଠନକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଇଛି।

ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଦାୟିତ୍ୱ ଦେଇଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ନିତ୍ୟାନନ୍ଦ ମିଶ୍ର, ଜିଲ୍ଲା ପ୍ରଭାରୀ ସରୋଜ ଲାଲ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦଳ ପକ୍ଷରୁ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱକୁ ନିଷ୍ଠା ଓ ସମର୍ପଣର ସହ ନିର୍ବାହ କରିବେ ବୋଲି ଶ୍ରୀ ଜେନା କହିଛନ୍ତି। ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Related posts

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଧାନ

mahabharatanews

କାର୍ଯ୍ୟରେ ଅବହେଳା ପାଇଁ ୪ ଆରପିଏଫ କର୍ମଚାରୀ ନିଲମ୍ବିତ

mahabharatanews

୧୯ରେ ପୁଣି ଓଡ଼ିଶା ଆସିବେ ମୋଦି 

mahabharatanews