ଓଡିଶା

ସୋରଡାରେ ସଚେତନତା ଅଭିଯାନ

(ହିଞ୍ଜିଳିକାଟୁ): ସୋରଡାରେ ସ୍ବାସ୍ଥ୍ୟବିଭାଗ, ପୋଲିସ ଓ ଏନ୍ଏସି ପ୍ରଶାସନ ତରଫରୁ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶୁକ୍ରବାର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ପଣ୍ଡା, ଦିଲୀପ ନାୟକ, ସୋମାଲିନ୍ ମିଶ୍ର, ଫାର୍ମାଶିଷ୍ଟ ସୁନିଲ କୁମାର ସାମନ୍ତରାୟଙ୍କ ସମେତ ମେଡିକାଲର ସମସ୍ତ କର୍ମଚାରୀ, ପୋଲିସ କର୍ମଚାରୀ ମିଳିତ ଭାବେ ସାବୁନରେ ହାତଧୂଆ ଅଭିଯାନ ଆରମ୍ଭ କରିଥିଲେ । ୫୦ଜଣିଆ ଏହି ମିଳିତ ଦଳ ୨୦ ସେକେଣ୍ଡ ହାତ ଧୋଇବା ଉପରେ ସଚେତନ କରିଥିଲେ । ଅପରାହ୍ନରେ ସାମାଜିକ ଦୂରତା ଅବଲମ୍ବନ ସହ ବଡବଦାଙ୍ଗି, ଅମୃତୁଲୁ, ସରନଉତି ଗ୍ରାମରେ ପହଞ୍ଚିି ସଚେତନ କରିଥିଲେ । ଅତିରିକ୍ତ ତହସିଲଦାର କୁରେଶ ଜାନି, ଯନ୍ତ୍ରୀ ସତ୍ୟନାରାୟଣ ସାହୁ, ପ୍ରମୋଦ ଅଧିକାରୀ, ବିପିନ ଅଧିକାରୀ, ବିପିନି ପ୍ରଧାନ, ବିଡିଓ ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଯାଇ ସଚେତନ କରିଥିଲେ।

Related posts

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା

mahabharatanews

ଘର ଛାତ ପଡି କାର୍ୟ୍ୟରତ ଶ୍ରମିକ ମୃତ

mahabharatanews

ବମକେଇ ଗାଁ ୭ ଦିନ ପାଇଁ ସଟଡାଉନ

mahabharatanews