ଓଡିଶା

ହସ୍ପିଟାଲରେ ନାହାନ୍ତି ଡାକ୍ତର

ନାଚୁଣୀ: ବିଶ୍ୱ ମହାମାରୀ କରୋନାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଏବେ ଲୋକେ ଛାନିଆ । କାହାକୁ ଟିକେ ଥଣ୍ଡା କି କାଶ ହେଲେ ଚିନ୍ତା ଥଳକୂଳ ମାନୁନି । କାଳେ କରୋନା ହେବା ଭୟ ଆତଙ୍କରେ ଲୋକ ଦୌଡି ଯାଉଛନ୍ତି ପୂର୍ବଭଳି ଔଷଧ ଦୋକାନ, ପାଥୋଲୋଜି ଓ ଘରୋଇ କ୍ଲିନିକ ପାଖକୁ । ମାରାତ୍ମକ କରୋନା ଆଶଙ୍କାରେ ଥଣ୍ଡା ରୋଗୀଙ୍କର କେହି ଚିକିତ୍ସା କରୁନାହାଁନ୍ତି । ବିନା ଡାକ୍ତର ଚିଠାରେ ମେଡିସିନ୍ ଷ୍ଟୋର୍ ଔଷଧ ଦେଉନାହାଁନ୍ତି । ସ୍ଥାନୀୟ ନାଚୁଣୀ, ଚିଲିକା ବ୍ଲକର ବିଭିନ୍ନ ସ୍ଥାନର ଥିବା ଘରୋଇ କ୍ଲିନିକ୍ ବନ୍ଦ ହୋଇଯାଇଛି । ପାଥୋଲାବ୍ ବନ୍ଦ ପଡ଼ିଛି । ଜ୍ୱର ରୋଗ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ନିମନ୍ତେ କେଉଁଠି ନିଦାନ ହୋଇପାରୁନି । ୧୬ ନମ୍ବର ଜାତୀୟ ରାଜପଥ ଧାର ସ୍ଥିତ ସୁନାଖଳା ସରକାରୀ ଡାକ୍ତରଖାନା ଓ ଏଠାରୁ ୭ କିମି ଦୂର ନିକଟସ୍ଥ ଚିଲିକା ବ୍ଲକ୍ର ନଇରୀ ସରକରୀ ଡାକ୍ତରଖାନାରେ ଦୀର୍ଘବର୍ଷରୁ ଡାକ୍ତର ନିଯୁକ୍ତି ନଥିବାରୁ ଅଞ୍ଚଳବାସୀ ଘରୋଇ ଡାକ୍ତରଙ୍କ ସହାୟତା ନେବାକୁ ବାଧ୍ୟ ହୋଇଆସୁଛନ୍ତି । ଔଷଧ ଦୋକାନୀ ମଧ୍ୟ ଅଭିଜ୍ଞତାରୁ ଜ୍ୱର, ଝାଡା ହେଲେ ଗରିବଗୁରୁବାଙ୍କୁ ଆବଶ୍ୟକ ଔଷଧ ଦେଇ ପରିସ୍ଥିତି ସମ୍ଭାଳି ନେଉଥିଲେ । କିନ୍ତୁ କରୋନା କଟକଣା ଓ ସରକାରୀ ନିଷେଧାଜ୍ଞା ଡରରେ ସମସ୍ତେ ଚୁପ୍ୟ ସବୁଠାରୁ ଗୁରୁôବପୂର୍ଣ୍ଣ ଏବେ ସ୍ଥାନୀୟ ଅଞ୍ଚଳକୁ ଔଷଧପତ୍ର ଯୋଗାଣରେ ସମସ୍ୟା ଦେଖାଦେଇଛି । ତାଲାବନ୍ଦ ହେବା ପରେ ପରେ ଲୋକେ ସମ୍ଭାବ୍ୟ ଜ୍ୱର, ଥଣ୍ଡା, କାଶ, କଫ ପାଇଁ ଜରୁରୀ ମେଡିସିନ ବୁଝି କିଣି ନେଇଥିବା ଚର୍ଚ୍ଚା ହେଉଛି । ଏହା ବାଦ୍ ଏବେ ପ୍ରବଳ ଖରା ଓ ପାଣିପାଗ ପରିବର୍ତ୍ତନ ଯୋଗୁ ଅଞ୍ଚଳରେ ସାଧାରଣ ଜ୍ୱର, ଥଣ୍ଡା, କାଶ ଭଳି ସମସ୍ୟାରେ ପୀଡିତ ବହୁ ଲୋକ ମେଡିସିନ୍ ଷ୍ଟୋରକୁ ଆସୁଥିବା ପ୍ରକାଶ ।

ନାଚୁଣୀ, ସୁନାଖଳା, ନଇରୀ, ଚଣ୍ଡେଶ୍ୱର, ଆଙ୍କୁଲା ଇତ୍ୟାଦି ଅଞ୍ଚଳରେ ରହିଥିବା ବିଭିନ୍ନ ଔଷଧ ଦୋକାନରେ ଭଲ କଂପାନିର କେତେକ ଜରୁରୀ ଆଣ୍ଟିବାଇଓଟିକ୍, ଆଣ୍ଟି କୋଲ୍ଡ, ଭିଟାମିନ ସି, କଫ୍ ସିରଫ ମେଡିସିନ ଷ୍ଟକ୍ ନଥିବା ଖବର ମିଳିଛି । ଏବେ ଔଷଧ ଦୋକାନରେ ବିଶେଷ କରି ଆଜ ିଥ୍ରୋମାଇସିନ୍, ମକ୍ସିସାଇକ୍ଲିନ୍, ସେଫିକ୍ସିଜିମ୍, କ୍ଲାଭମ୍, ଆମୋକ୍ସ, ଭିଟାମିନ୍ ସି, ବିଭିନ୍ନ କଫ ସିରପ୍ ମିଳୁନାହିଁ । ଲୋକେ ଥଣ୍ଡା ଜ୍ୱରରେ ପୀଡିତ ହୋଇ ଚିଠା ଧରି ଔଷଧ ନପାଇ ଧାଁଧପଡ଼ କରି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଏ ବାବଦରେ କେତେକ ଔଷଧ ଦୋକାନୀଙ୍କୁ ପ·ରିବାରେ ଗାଡିବନ୍ଦ ଯୋଗୁ ଯୋଗାଣ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଉତ୍ତର ମିଳିଛି । ଏଣୁ ସର୍ବସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଔଷଧ ଯୋଗାଣ ସହ ରୋଗ ନିଦାନ ପାଇଁ ପାଥୋଲୋଜି ସୁବିଧା ସମେତ ନଇରୀ ଓ ସୁନାଖଳାସ୍ଥିତ ସରକାରୀ ଡାକ୍ତରଖାନାରେ ଦୀର୍ଘବର୍ଷରୁ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଦାବି ହେଉଛି ।

Related posts

୭ରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ମଶାବତୀ ଧୁଆଁରେ ୬ ଛାତ୍ରୀ ଅସୁସ୍ଥ

mahabharatanews

 ୩ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews