ଓଡିଶାଦୁର୍ଘଟଣା

ସାପ କାମୁଡାରେ ବାପା ମୃତ, ପୁ୍ଅ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଠାକୁରପାଲି ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।  ମୃତ ବ୍ୟକ୍ତିଙ୍କ ନାଁ ଦୟାନିଧି ପାତ୍ର। ତାଙ୍କ ପୁଅଙ୍କ ନାଁ ନୃପତି ପାତ୍ର। ରବିବାର ରାତିରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଥିଲା। ସାପ କାମୁଡ଼ି ବେଳେ ସେ ଜାଣି ପାରିଥିଲେ। ତାଙ୍କ ନିଦ ଭାଙ୍ଗି ଯାଇଥିଲା। ଏକ ଚିତି ସାପ ତାଙ୍କୁ କାମୁଡ଼ି ଥିଲା। ତାଙ୍କ ପୁଅଙ୍କୁ ମଧ୍ୟ ସେହି ସାପ କାମୁଡ଼ି ଥିଲା।

ସାପ କାମୁଡ଼ିଛି ବୋଲି ଜାଣିବା ସତ୍ତ୍ୱେ ଦୟାନିଧି ଡାକ୍ତରଖାନା ଯାଇ ନଥିଲେ କି ତାଙ୍କ ପୁଅକୁ ବି ପଠାଇ ନଥିଲେ। ସେମାନେ ପ୍ରଥମେ ଝଡ଼ାଫୁଙ୍କା କରିଥିଲେ। ଅବସ୍ଥା ଗୁରୁତର ହେବା ପରେ ପରିବାର ଲୋକେ ସେମାନଙ୍କୁ ବାରକୋଟ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୟାନିଧି ପାତ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ତାଙ୍କ ପୁଅ ନୃପତିଙ୍କର ଚିକିତ୍ସା ଚାଲିଛି। ପୁଲିସ ଦୟାନିଧିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Related posts

ଆଗାମୀ ୫ ଦିନ ବର୍ଷା ସମ୍ଭାବନା ;  ଓ୍ଵାର୍ଣ୍ଣିଂ ଜାରି 

mahabharatanews

୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ

mahabharatanews

ଅକାଳରେ କାନ୍ଥ ପଡ଼ି ଚାଲିଗଲା ଦୁଇ ଗୋରୁଙ୍କ ଜୀବନ

mahabharatanews