ଓଡିଶା

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଗଲା

(ଜୟନ୍ତ କୁମାର ସେଠୀ, ଗୋପ): କରୋନା ଭୁତାଣୁ ସଂକ୍ରମଣ ବନ୍ଦ ନେଇ ରାଜ୍ୟରେ ବିଭିନ୍ନ ଜିଲାରେ ଆରମ୍ଭହୋଇଛି ସ୍ୱତନ୍ତ୍ର ଅଭିଯାନ। ପ୍ରଥମେ କରୋନା ୱାର୍ଡ ଥିବା ହସ୍ପିଟାଲକୁ ସ୍ୱତନ୍ତ୍ର କେମିକାଲ ପକାଯାଇ ସାନିଟାଇଜ କରାଯାଇଛି। ଅଗ୍ନିସମ ବହିନୀର କର୍ମଚାରୀ ସ୍ୱତନ୍ତ୍ର ପୋଷାକ ପିନ୍ଧି ଏହି କାର୍ୟ୍ୟ ଚଳାଇଛନ୍ତି। ଏହି କ୍ରମରେ ପୁରୀରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ଅଗ୍ନିଶମ ବହିନୀ ପକ୍ଷରୁ ପୁରୀର କଲେରା ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଛି। ପରେ ରେଡ଼ କ୍ରସ ରୋଡ଼କୁ ମଧ୍ୟ ସାନିଟାଇଜ କରାଯାଇଛି। ସରକାରଙ୍କ ନିର୍ଦେଶ ମୁତାବକ ପ୍ରଥମେ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଏହି କାର୍ୟ୍ୟ କରାଯାଉଛି। ଅଗାମୀ ଦିନରେ ମଧ୍ୟ ସରକାରଙ୍କ ନିର୍ଦେଶ ଆସିଲେ ଅନ୍ୟ ସରକାରି କାର୍ୟ୍ୟଳୟ , ଅନୁଷ୍ଠାନକୁ ମଧ୍ୟ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯିବ ବୋଲୀ ପୁରୀର ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି।

Related posts

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

mahabharatanews

ଶ୍ରେଷ୍ଠ ୧୦୦ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ

mahabharatanews

 ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ନାହିଁ 

mahabharatanews